ଲୁଣ ବୋଝେଇ ଟ୍ରକରେ ଚୋରା ଚାଲାଣ: ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ

କୋରାପୁଟ(କେନ୍ୟୁଜ୍‌): ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ । ଟ୍ରକରେ ଲୁଣ ବସ୍ତା ରଖି ଛତିଶଗଡକୁ ଚାଲାଣ କରାଯାଉଥିବାବେଳେ ଲମତାପୁଟ ପୋଲିସ୍ ଧରିବାରେ ସଫଳ ହୋଇଛି।

ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଲମତାପୁଟ ପଲିସ୍ । ୫ ଟନ ଗଞ୍ଜେଇ ବୋଝେଇ ୧୪ ଚକିଆ ଟ୍ରକ ସହ ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଲମତାପୁଟ ପୋଲିସ୍ । ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ୍ ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ୍ ଟୀକାପୁଟ ଗ୍ରାମ ନିକଟରେ ଲୁଣ ବୋଝେଇ ଟ୍ରକରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା । ଟିକାପୁଟ ଗ୍ରାମ ନିକଟରେ ବିପୁଳ ଗଞ୍ଜେଇ ଟ୍ରକରେ ଲଦିବା ପରେ ଉପରେ ଲୁଣ ବସ୍ତା ରାଖିଥିଲେ ମାଫିଆ ମାନେ । ଟିକାପୁଟ ରୁ ଛତିଶଗଡ ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ମାଡି ବସିଥିଲା ଲମତାପୁଟ ପୋଲିସ୍ ।

ଅନ୍ଧାରର ସୁଜଗ ନେଇ ଅନ୍ୟ ୨ ମାଫିଆ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ଟ୍ରକକୁ ଜବତ କରିଛି ପୋଲିସ୍ । ଟ୍ରକରୁ ଲୁଣ ଖାଲି କରିବା ପରେ ୨୨୩ ଟି ବସ୍ତାରେ ପ୍ରାୟ ୫ ଟନ ରୁ ଅଧିକ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା । ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ପୋଲିସ୍ କହଛି । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ଅନ୍ତର୍ଗତ ସୁଦର୍ଶନ ଲେନ୍ଦ୍ରୁ , ଉତ୍ତର ପ୍ରଦେଶ ଅଞ୍ଚଳର ଉମେଶ ବାବୁ ଏବଂ ସିଂହପାଲ ବୋଲି ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.