ଇମ୍ରାନ୍‌ ଖାନଙ୍କ ବଡ ବୟାନ୍, କହିଲେ ତିନି ଭାଗ ହୋଇଯିବ ପାକିସ୍ତାନ

ପାକିସ୍ତାନ ତିନି ଭାଗ ହୋଇଯିବ । ଏଭଳି ବଡ଼ ବୟାନ ଦେଇଛନ୍ତି ଇମ୍ରାନ୍‌ ଖାନ୍‌ । ପାକିସ୍ତାନ ଗଣତନ୍ତ୍ର ଏବେ ବିପନ୍ନ ହୋଇଯାଇଛି । ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ନହେଲେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯିବ । ଏଥିପାଇଁ ଦେଶ ୩ ଭାଗ ହୋଇଯିବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି ।

ଏକ ଟିଭି ସାକ୍ଷାତକାାରରେ ଇମ୍ରାନ କହିଛନ୍ତି, ପାକିସ୍ତାନ ଅତି ଜଟିଳ ସମୟ ଦେଇ ଗତି କରୁଛି । ଏହାର ପ୍ରତିକାର ପାଇଁ ପଦକ୍ଷେପ ନନେଲେ ଦେଶ ତିନି ଖଣ୍ଡ ହୋଇଯିବ । ଭାରତ ଏବେ ବଲୁଚିସ୍ତାନକୁ ଅଲଗା କରିବା ପାଇଁ ଯୋଜନା କରୁଛି । ଏହାକୁ ରୋକିବା ପାଇଁ ପାକିସ୍ତାନର କୌଣସି ଯୋଜନା ନାହିଁ । ପାକିସ୍ତାନ ସଠିକ୍‌ ନିଷ୍ପତ୍ତି ନନେଲେ ଏହାର ପରମାଣୁ ବୋମା ମଧ୍ୟ ହାତରୁ ଚାଲିଯିବ । ଏବଂ ୟୁକ୍ରେନ ଭଳି ଦଶା ଭୋଗିବାକୁ ହେବ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.