ଯାଜପୁର ଟାଉନ : ପୁଣି ଯୌତୁକ ଜୁଇରେ ଜଳିଲା ବଧୂ, ଶାଶୁ ଘରୁ ବୋହୂର ଝୁଲନ୍ତା ଶବ ଉଦ୍ଧାର

ଯାଜପୁର ଟାଉନ (କେନ୍ୟୁଜ୍) : ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ଏରବାଙ୍କ ଗାଁ ରୁ ଆସିଛି ଏଭଳି ଅଭିଯୋଗ । ଗାଁର ମନୋଜ ନାୟକଙ୍କ ପତ୍ନୀ ମିନତୀଙ୍କ ଝୁଲନ୍ତା ଶବ ନିଜ ଶାଶୁ ଘରୁ ଉଦ୍ଧାର ହୋଇଛି । ତାଙ୍କୁ ଯୌତୁକ ପାଇଁ ପୂର୍ବରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ସେଥିପାଇଁ ଶାଶୁ ଘର ଲୋକେ ମିନତୀକୁ ହତ୍ୟା କରିଦେଇଛନ୍ତି ବୋଲି ବାପ ଘର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମର ଜ୍ଞାନେନ୍ଦ୍ର ଦାସଙ୍କ ଭଉଣୀ ମିନତୀ ୩ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଏକାଧିକ ବାର ଥାନା ମାଧ୍ୟମରେ ଆପୋଶ ମିଳାମିଶା ମଧ୍ୟ ହୋଇଥିଲା । ତେବେ ଏ ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରଖିଛି ପୋଲିସ ।

ଝୁଲିପଡିଲେ ପ୍ରେମୀଯୁଗଳ। ଜୟପୁର ବୋରିଗୁମ୍ମା କୁଦୁରାରାଗୁଡ଼ା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ବୋରିଗୁମ୍ମା ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.