ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡାନ୍ତ: ଜୁଲାଇ ୧୨ରେ ରଥଯାତ୍ରା, ଜୁନ୍‌ ୨୪ରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ଆସନ୍ତା ଜୁଲାଇ ୧୨ରେ ବିଶ୍ୱପ୍ରିସଦ୍ଧ ରଥଯାତ୍ରା । ଜୁନ୍‌ ୨୪ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବ । ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ହରିଶୟନ ଏକାଦଶୀ ଅନୁଷ୍ଠିତ ହେବ । ୨୧ରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ରଥ ଉପରେ ସୁନାବେଶର ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରା ନେଇ ଚୂଡାନ୍ତ ଆଲୋଚନା ହୋଇଛି ।

ସେହିପରି ଏପ୍ରିଲ ୧୫ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା, ଜୁନ୍‌ ୧୪ରେ ସ୍ନାନଯାତ୍ରା, ଜୁଲାଇ ୯ରେ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ । ଜୁଲାଇ ୨୨ରେ ଅଧରପଣା ଓ ୨୩ରେ ନିଳାଦ୍ରୀ ବିଜେ ହେବ ବୋଲି ପ୍ରଶସାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ପଡ଼ିବନି ନାଗାର୍ଜୁନ ବେଶ । ପଞ୍ଜୁକ ୫ ଦିନ ହେବ, ନଭେମ୍ବର ୧୫ରୁ ଆରମ୍ଭ ହେବ ପଞ୍ଚକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.