ସଚିବାଳୟରେ ହୋମ ଯଜ୍ଞ, ଜାଣନ୍ତୁ କେଉଁ ମନ୍ତ୍ରୀ ନିଜ ପ୍ରକୋଷ୍ଠରେ କରିଛନ୍ତି ପୂଜାପାଠ

ସଚିବାଳୟରେ ହୋମ ଯଜ୍ଞ ଓ ପୂଜାପାଠ । ସଚିବାଳୟରେ ମନ୍ତ୍ରୀ ପଦ୍ମନାଭ ବେହେରା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରକୋଷ୍ଠରେ ପୂଜାପାଠ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ସଚିବାଳୟରେ ପୂର୍ବରୁ ଥିବା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପ୍ରକୋଷ୍ଠ ମିଳିଛି । ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମିଳିଛି ପ୍ରଫୁଲ ସାମଲଙ୍କ ଚାମ୍ବର । ମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମଙ୍ଗଳ ମନାସି ସେମାନେ ପୂଜାର୍ଚ୍ଚନା କରିଛନ୍ତି ।

ସେହିପରି ଆଉ କିଛି ମନ୍ତ୍ରୀ ସଚିବାଳୟରେ ନିଜ ନିଜ ପ୍ରକୋଷ୍ଠକୁ ଆସି କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନୂଆ ମନ୍ତ୍ରୀଙ୍କ କାର୍ଯ୍ୟ ଆରମ୍ଭ ପୂର୍ବରୁ ସଚିବାଳୟରେ ଏବେ ମରାମତି କାମ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.