କେବେ ଘୋଷଣା ହେବ ପାଟକୁରା ଓ ବିଜେପୁର ନିର୍ବାଚନ ତାରିଖ?

ଭୁବନେଶ୍ୱର : ନିର୍ବାଚନ ନେଇ ପାଟକୁରା ଓ ବିଜେପୁର ବିଧାନସଭା ଆସନର ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ କରିବ ଦଳର ନେତା ଦୃଢ଼ୋକ୍ତି କରିଛନ୍ତି । ପ୍ରଥମେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ପାଟକୁରା ନିର୍ବାଚନ ବାତିଲ ହୋଇଥିଲା । ପରେ ଫନି ଯୋଗୁଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ବିଜେପୁର ବିଧାନସଭା ଆସନକୁ ଛାଡ଼ିବା ପରେ ଏହା ଖାଲି ପଡ଼ିଛି । ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.