Below header

କୋରାପୁଟ: ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ୍, ୨ ଗିରଫ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା । ୩ କ୍ୱିଇଣ୍ଟାଲ ୨୧ କେଜି ଗଞ୍ଜେଇ ଜବତ । ଜଲାପୁଟ ଅଞ୍ଚଳରୁ ଛତିଶଗଡ଼କୁ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ଗୁନେଇପଦର ଛକ ନିକଟରେ ମାଛକୁଣ୍ଡ ପୋଲିସ ହାତରେ ଧରାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଘଟଣାରେ ଟ୍ରକ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇ ଯୁବକ ରାୟପୁର ଅଞ୍ଚଳର ବିପିନ୍‌ ମିଶ୍ରା ଓ ଅରୁଣ ଦୁବେ ବୋଲି ଜଣାପଡିଛି । ଗଞ୍ଜେଇ ଚାଲାଣ ଖବର ପାଇବା ପରେ ଏସ୍‌ପି ମୁକେଶ ଭାମୋ ନନ୍ଦପୁର ଏସ୍‌ଡିପିଓଙ୍କୁ ସୂଚନା ଦେଇଥିଲେ । ଏହାପରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ରାତିରେ ପାଟ୍ରୋଲିଂ କରି ଟ୍ରକକୁ ଧରିବାରେ ସଫଳ ହୋଇଥିବା ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.