ନିଜ ଗର୍ଭବତୀ ହେବା ଖବରକୁ ନେଇ ଗାଲୁ ମାରୁଛନ୍ତି ପୁନମ ପାଣ୍ଡେ, ଏମିତି ଦେଲେ ରିଆକ୍ସନ

ସବୁବେଳେ ବିବାଦରେ ରହିଥାନ୍ତି ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ। ଗୋଆ ବିଚ୍ରେ ଅଶ୍ଳୀଳ ଫଟୋ ଉଠାଇ ହରଡ଼ ଘଣାରେ ପଡ଼ିଥିବା ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଚର୍ଚ୍ଚାରେ। ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁଥିବା ପୁନମ ୨ ମାସ ପୂର୍ବରୁ ପ୍ରେମିକ ସ୍ୟାମ୍ ବମ୍ବେଙ୍କୁ ବିବାହ କରିଥିଲେ।

ତେବେ ପୁନମ ପାଣ୍ଡେ ବିବାହର କେବଳ ୨ ମାସ ପରେ ଗର୍ଭବତୀ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଅଭିନେତ୍ରୀ ନିରବତା ଭଙ୍ଗ କରିଛନ୍ତି। ପୁନମ ପାଣ୍ଡେ କହିଛନ୍ତି-ଯଦି ସେମିତି କିଛି ହୋଇଥିବ ତେବେ ମୁଁ ମୋ ତରଫରୁ ଆପଣମାନଙ୍କୁ ଜଣାଇଦେବି। ନିକଟରେ ଜଣେ ଡାକ୍ତର ପୁନମ ପ୍ରେଗ୍ନେଣ୍ଟ ଥିବା ନେଇ ଦାବି କରିଥିଲେ।

 

View this post on Instagram

 

A post shared by Poonam Pandey Bombay (@ipoonampandey)

ସେପଟେ ବିବାହକୁ କେବଳ ୨ ମାସ ହୋଇଥିବା ବେଳେ ନିଜ ସ୍ବାମୀ ସ୍ୟାମ୍ ବମ୍ବେଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ ପୁନମ। ବମ୍ବେ ତାଙ୍କୁ ମାରପିଟ କରିବା ସହ ଧମକ ଦେଉଥିବା ନେଇ ଥାନାରେ ଅଭିନେତ୍ରୀ ଅଭିଯୋଗ କରିଥଲେ । ତେବେ ଏହି ଘଟଣା ଦକ୍ଷିଣ ଗୋଆର କ୍ୟାନେକୋନ ଗାଁରେ ଘଟିଥିଲା। ପୁନମଙ୍କ ଅଭିଯୋଗ ଆଧାରରେ ସ୍ୟାମ୍ଙ୍କୁ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.