ଖୁବ ଶୀଘ୍ର ଭାରତୀୟ ବଜାରରେ ଲଂଚ ହେବ Nokia 2.4, କମ୍ପାନୀ ପକ୍ଷରୁ ଜାରି ହେଲା ଟିଜର

ଏଚଏମଡ଼ି ଗ୍ଲୋବାଲ କମ୍ପାନୀ ନିଜ ଆଗାମୀ ଫୋନ Nokia 2.4ର ଲୋକାଲ ଟିଜର ଜାରି କରିଛି । ଭାରତରେ ଏହାର ଲଂଚ ଆସନ୍ତା ୨୬
ତାରିଖରେ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ୟୁରୋପ ମହାଦେଶରେ ଚଳିତ ବର୍ଷ ସେପ୍ଟେମ୍ୱର ମାସରେ ଏହାକୁ ଲଞ୍ଚ କରାଯାଇଥିଲା । ଫୋନରେ ୱାଟରଡ୍ରପ ପଞ୍ଚହୋଲ ଡିଷ୍ପ୍ଲେ ସୁବିଧା ଥିବା ବେଳେ ଏଥିରେ ଡୁଆଲ ରିୟର ସେଟଅପ ସୁବିଧା ବି ରହିଛି । ଫୋନର ବ୍ୟାକ ପ୍ୟାନେଲରେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି । ଭାରତରେ ଏହାର ପ୍ରକୃତ ମୂଲ୍ୟ ବାବଦରେ କୌଣସି ଖୁଲାସା କରାଯାଇନଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୧୨୦୦୦ ଟଙ୍କା ରହିବା ନେଇ ସନ୍ଦେହ କରାଯାଉଛି ।

nokia 2.4 new

 

ଏହାବାଦ ଫୋନରେ ଡୁଆଲ ସିମ ସପୋର୍ଟ ରହିଛି । ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ 10 ଟେକନିକରେ କାର୍ଯ୍ୟକରୁଥିବା ବେଳେ ଏଥିରେ ୬.୫ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ସ୍କ୍ରିନ ବି ଦିଆଯାଇଛି । ଯାହାର ରିଜୋଲୁସନ 720X 1600 ପିକସଲ ପର୍ଯ୍ୟନ୍ତ ରହିବ । ନୋକିଆର ଏହି ଫୋନରେ ମିଡିୟାଟେକ ଅକଟାକୋର ହିଲିୟୋ P 22 ପ୍ରୋସେସର, ୩ ଜିବି ରାମ ସମେତ ୬୪ ଜିବି ପର୍ଯ୍ୟନ୍ତର ଷ୍ଟୋରେଜ ସୁବିଧା ରହିଛି ଯାହାକୁ ପରବର୍ତ୍ତୀ ସମୟରେ ମେମୋରୀ କାର୍ଡ ସାହାଯ୍ୟରେ ବଢ଼ାଇ ଯାଇପାରିବ ।

କ୍ୟାମେରା ଦୃଷ୍ଟିରୁ ନୋକିଆର ଏହି ଫୋନରେ ଡୁଆଲ କ୍ୟାମେରା ସପୋର୍ଟ ରହିଥିବା ବେଳେ ୧୩ ମେଗାପିକସଲ ଥିବା ବେଳେ ଦ୍ଵିତୀୟ ଲେନ୍ସ ୨
ମେଗା ପିକସଲର ବୋଲି ଜଣାଯାଇଛି | ସେଲ୍ଫି ପାଇଁ ଏହି ଫୋନରେ ୫ ମେଗାପିକସଲର ଫ୍ରଣ୍ଟ କ୍ୟାମେରା ସୁବିଧା ମଧ୍ୟ ରହିଛି । ଏଥିରେ 4500mAh ବ୍ୟାଟେରୀ ସୁବିଧା ଥିବା ବେଳେ ଏଥିରେ ମାଇକ୍ରୋ ୟୁଏସବି ପୋର୍ଟ ସମେତ ଏଫଏମ ରେଡ଼ିଓ ସପୋର୍ଟ ବି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.