ଖୋର୍ଦ୍ଧାର ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଯୋଗ ଦିବସ ପାଳନ, ଭର୍ଚୁଆଲ ମାଧ୍ୟମରେ ଦିଆଗଲା ଶିକ୍ଷା

ଖୋର୍ଦ୍ଧା(କେନ୍ଯୁଜ୍): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପଲ୍ଲୀ ରୁ ଦିଲ୍ଲୀ ସବୁଠି ଯୋଗ ଅଭ୍ୟାସ କରାଯାଉଛି। ପ୍ରତିବର୍ଷ ଆଜି ଦିନରେ ଯୋଗ ଶିବିର କରାଯାଇ ଯୋଗ ଉତ୍ସବ ପାଳନ କରାଯାଏ। କିନ୍ତୁ କରୋନା ଆତଙ୍କ ଯୋଗୁ କେହି ଏକାଠି ହୋଇ ପାରୁନାହାନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଭର୍ଚୁଆଲ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଇଛି।

ଖୋର୍ଦ୍ଧାର ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଯୋଗ ଦିବସ ପାଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ ଘରେ, ଛାତ ଉପରେ ରହି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ସ୍ୱତନ୍ତ୍ର ଭାବେ ଯୋଗ ଗୁରୁ ସୀତାକାନ୍ତ ପଣ୍ଡା ସମସ୍ତିଙ୍କୁ ସୂର୍ଯ୍ୟ ନମସ୍କାର, ପ୍ରାଣୟମ, କପାଳ ଭାରତୀ, ଅନୁଲମ, ବିଲମ, ବିଭିନ୍ନ ମୁଦ୍ରା ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ। ପିଲାମାନେ ଘରେ ରହି ନିଜ ନିଜର ମୋବାଇଲ ମାଧ୍ୟମ ରେ ଶିକ୍ଷା ଗ୍ରହଣ କରି ପରେ ଅଭ୍ୟାସ କରିଥିଲେ।

କରୋନାର ଆଗାମୀ ତୃତୀୟ ଲହରୀ ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚେତାବନୀ ଦେଇଥିବାରୁ ଯୋଗ ମାଧ୍ୟମରେ ସେମାନଙ୍କୁ ଫିଟ ରଖିବା ପାଇଁ ସ୍କୁଲ ତରଫରୁ ଏହି ପ୍ରୟାସକୁ ଅଭିଭାବକ ମହଲରେ ଏହାକୁ ସ୍ୱାଗତ କରାଯାଇଛି। ସ୍କୁଲର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ତତ୍ବାବଧାନରେ ଏକ ଯୋଗ ଶିକ୍ଷକ ଟିମ ଗଠନ କରାଯାଇ ପ୍ରତେକ ଛାତ୍ରଛାତ୍ରୀ ଯେପରି ଦୈନିକ ୧୫ ମିନିଟ ଯୋଗ ଭ୍ୟାସ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.