ଆଇଏନ୍ଏସ୍ ଚିଲିକାରେ ଯୋଗ ଦିବସ ପାଳିତ

ଟାଙ୍ଗୀ (ଖୋର୍ଦ୍ଧା), କେନ୍ୟୁଜ୍ : ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଖୁବ୍ ଉତ୍ସାହର ସହ ପାଳିତ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ସ୍ଥିତ ଭାରତୀୟ ନୌସେନା ଚିଲିକା ଠାରେ ମଧ୍ୟ ଯୋଗ ଦିବସ ପାଳନ କରାଯାଯାଇଛି । ଏଥିରେ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀଙ୍କ ସହ ସେହି ସେହି କ୍ୟାମ୍ପସରେ ଥିବା DSC, MES, ଡିଫେନ୍ସି ସିଭିଲିଆନଙ୍କ ପରିବାର ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଯୋଗ ପ୍ରଶିକ୍ଷକ କହିଥିଲେ କି ଯୋଗ କେବଳ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ, ଏହା ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଶାନ୍ତି ଆଣିଥାଏ ବୋଲି କହିଥିଲେ। ଯୋଗ ହେଉଛି ଏକ ପ୍ରକ୍ରିୟା ଯାହା ଅନ୍ତଃ ଶାନ୍ତିରୁ ସର୍ବଭାରତୀୟ ଶାନ୍ତି ହାସଲ କରିବାକୁ ବାଟ ଦେଖାଏ ବୋଲି କହିଥିଲେ । ଏହି ଶିବିରରେ ସମସ୍ତେ ଯୋଗାଭ୍ୟାସ କରିଥିଲେ ।