ସାବଧାନ୍ ! ବିଶ୍ୱ କପ୍ ଫୁଟ୍ବଲ ଖେଳ ଦେଖିବାକୁ ଯାଉଥିବା ଦର୍ଶକଙ୍କୁ ଆୟୋଜକ ଦେଶର ଚେତାବନୀ, ଏ କାମ କଲେ ୭ ବର୍ଷ ଜେଲ୍

ଆସନ୍ତା ନଭେମ୍ବର ୨୨ ତାରିଖରୁ କତାରରେ ଆରମ୍ଭ ହେବ ଫିଫା ବିଶ୍ୱ କପ୍ । ଯାହା ଡିସେମ୍ବର ୧୮ ତାରିଖରେ ଶେଷ ହେବ । ଏଥିରେ ସାରା ବିଶ୍ୱର ୩୨ଟି ଟିମ୍ ଭାଗ ନେବେ । ଏସିଆ ମହାଦେଶର ଫୁଟ୍ବଲ୍ ପ୍ରେମୀ ଦ୍ୱିତୀୟ ଥର ପାଇଁ ନିଜ ମହାଦେଶରେ ଫୁଟ୍ବଲ୍ ମହାକୁମ୍ଭକୁ ଦେଖି ପାରିବେ । ଏହି ପ୍ରତିଯୋଗିତା ଆଗରୁ ହେବାର ଥିଲା । ତେବେ କତାରରେ ବର୍ତ୍ତମାନ ସମୟରେ ଭୀଷଣ ଗରମ ପଡ଼ିଥାଏ । ତେଣୁ ଏହାକୁ ଶୀତ ଦିନେ କରିବା ପାଇଁ ଫିଫା ନିଷ୍ପତ୍ତି ନେଇଛି ।
ତେବେ ବିଶ୍ୱ କପ୍ ଫୁଟ୍ବଲକୁ ସମସ୍ତଙ୍କର ଅପେକ୍ଷା ରହିଥିବା ବେଳେ ଏବେ କତାର ସରକାର ଏକ କଡ଼ା କଟକଣା ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ କୁହାଯାଇଛି ଯେ ଆମ ଦେଶକୁ ଆସ, ଖେଳ ଦେଖ ଆଉ ମଜା ମସ୍ତି ବି କର । ହେଲେ କର ନାହିଁ ଗୋଟିଏ କାମ୍ । ତାହା ହେଉଛି କାହା ସହିତ ଶାରୀରିକ ସମ୍ପର୍କ ରଖ ନାହିଁ ।
ଏମିତିରେ କତାରରେ ସେକ୍ସ ଉପରେ କଡ଼ା କଟକଣା ରହିଛି । କେବଳ ସ୍ୱାମୀ ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଶାରୀରିକ ସମ୍ପର୍କ ରଖି ପାରିବେ ନାହିଁ । ଏମିତିକି ଦୁଇ ପୁରୁଷ ଓ ମହିଳା ଏଭଳି ସମ୍ପର୍କ ପାଇଁ ନିଜେ ରାଜି ଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳେ ନାହିଁ । ଏଭଳି ଘଟଣା ଯଦି ଜଣାପଡ଼େ ତେବେ ପୋଲିସ୍ ଗିରଫ କରି ଜେଲ୍୍ରେ ଭର୍ତ୍ତି କରିଦେବ । ଆହୁରି ମଧ୍ୟ ପରକୀୟା ସମ୍ପର୍କ ଏବଂ ସମଲିଙ୍ଗୀ ସମ୍ପର୍କକୁ ମଧ୍ୟ ଏଠି ବ୍ୟାନ୍ କରାଯାଇଛି ।
ଆଉ ଏବେ ଫୁଟବଲ୍ ବିଶ୍ୱକପ୍କୁ ଆସୁଥିବା ଦର୍ଶକଙ୍କୁ କଡ଼ା ଚେତାବନୀ ଦିଆଯାଇଛି । ଯଦି ଏଠାରେ କାହା ସହ ସେମାନେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ରେ ବନ୍ଦୀ ରହିବେ ।