ଯାଜପୁର(କେନ୍ୟୁଜ୍): ବାଇକ ଧକ୍କାରେ ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର- କାଏମା କେଲୁଅ ନଦୀ ବନ୍ଧ ରାସ୍ତାର ଗୋପନଗର ନିକଟରେ । ମୃତ ଯୁବକ ଜଣକ ହେଲେ ଏହି ବ୍ଲକ ଅନ୍ତର୍ଗତ ଭାଗବାନପୁର ଗ୍ରାମର ପ୍ରଶାନ୍ତ ବେହେରା। ସୂଚନା ମୁତାବକ ପ୍ରଶାନ୍ତ କୌଣସି କାମରେ ଘରୁ ଜାରକା ଅଭିମୁଖେ ବାଇକ ଯୋଗେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା ।
ଫଳରେ ସେ ଗାଡିରୁ ଛିଟିକି ପଡ଼ିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।