କେବେ ‘ଫାଣ୍ଟା ଆମ୍‌ଲେଟ୍‌’ ଖାଇଛନ୍ତି କି! ଦେଖନ୍ତୁ ଟ୍ଵିଟରରେ ଚର୍ଚ୍ଚାରେ ଥିବା ଏହି ଆଇଟମ୍‌ ତିଆରି ହୁଏ କେମିତି

ଅଣ୍ଡା ବନାଇବାକୁ ସହଜ ହୋଇଥିବା ବେଳେ ଖାଇବାକୁ ମଧ୍ୟ ଟେଷ୍ଟି ଲାଗେ। ଏଣୁ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ଅଣ୍ଡାରେ ପ୍ରଚୁର ପୌଷ୍ଟିକ ତତ୍ତ୍ୱ ଥିବାରୁ ନିୟମିତ ଅଣ୍ଡା ଖାଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ତେବେ ଆମେ ସାଧାରଣତଃ ଅଣ୍ଡାକୁ ଆମଲେଟ୍‌ କରି, ସିଝାଇ କିମ୍ବା ହାଫ୍‌ ଫ୍ରାଏ କରି ଖାଇଥାଉ। କିନ୍ତୁ କେବେ ଆପଣ ଫାଣ୍ଟା ଆମ୍‌ଲେଟ୍‌ ଖାଇଛନ୍ତି କି! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତରେ ଏମିତି ଏକ ଆଇଟମ୍‌ ଅଛି। ଏହି ବ୍ୟଞ୍ଜନ କୋଲ୍ଡଙ୍କ୍‌ ଫାଣ୍ଟା ଓ ଅଣ୍ଡାକୁ ମିଶାଇ ପ୍ରସ୍ତୁତ କରାଯାଏ। ଫାଣ୍ଟା ଆମ୍‌ଲେଟ୍‌ ଏବେ ଟ୍ଵିଟରରେ ଖୁବ୍‌ ଚର୍ଚ୍ଚାରେ ରହିଛି।

ଦେଖନ୍ତୁ ଭିଡିଓ:


ଈଶା ନାମକ ଜଣେ ଟ୍ଵିଟର ୟୁଜର ନିଜ ଆକାଉଣ୍ଟରେ ଏହି ଫାଣ୍ଟା ଆମ୍‌ଲେଟ୍‌ର ଭିଡିଓ ସେୟାର କରିଛନ୍ତି। ଗୁଜରାଟର ସୁରତରେ ଏହି ଆଇଟମ୍‌ଟି ମିଳେ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। ଇଣ୍ଡିଆ ଇଟ୍‌ ମାମା ନାମକ ଦୋକାନରେ ଏହି ଆଇଟମ୍‌ଟି ପ୍ରସ୍ତୁତ ହେଉଥିବା କହିଛନ୍ତି ଈଶା।

ଭିଡିଓରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ପ୍ରଣାଳୀ କୁହାଯାଇଛି। ଏବେ ଯାଏଁ ଏହି ଭିଡିଓକୁ ୧.୨୫ ଲକ୍ଷ ଲୋକ ଦେଖିସାରିଲେଣି। ଏଥିସହ ଭିଡିଓରେ ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ଥରେ ନଜର ପକାନ୍ତୁ ଏହି କମେଣ୍ଟ ଉପରେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.