ଅସହ୍ୟ ହେଲା ଘର ମାଲିକଙ୍କ ନିର୍ଯାତନା, ଦେହରେ ନିଆଁ ଲଗାଇଲେ ଭଡାଟିଆ ଯୁବକ

ସମ୍ବଲପୁର: ଘର ମାଲିକଙ୍କ ନିର୍ଯ୍ୟାତନା ସହି ନପାରି ଦେହରେ ନିଆଁ ଲଗାଇଲେ ଯୁବକ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି । ସମ୍ବଲପୁର କୁମ୍ଭରପଡା ଅଞ୍ଚଳରେ ଭଡାରେ ରହୁଥିଲେ ଭୋଳା ମହନ୍ତ ନାମକ ଜଣେ ଯୁବକ । କରୋନା ଲକ୍‌ଡାଉନ ଯୋଗୁ ସେ କିଛି ମାସର ଘରଭଡା ଦେଇପାରିନଥିଲେ ।

ଭଡା ନଦେଲେ ତୁରନ୍ତ ଘର ଖାଲି କରିବାକୁ ମାଲିକ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହ ମାଡପିଟ ହୋଇଥିଲା । ଏମିତିକି ଥାନା ପର୍ଯ୍ୟାନ୍ତ ବି କଥା ଯାଇଥିଲା । ଥାନାରେ ମାମଲାର ସମାଧାନ ହେବା ପରେ ବି ପୁଣି ଘର ମାଲିକ ଦିବାକର ରଣା ଭୋଳାଙ୍କ ପରିବାର ଉପରେ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲା । ନିର୍ଯ୍ୟାତନା ସହି ନପାରି ଗତକାଲି ବିଳମ୍ବିତ ରାତିରେ ଧନୁପାଲି ଥାନା ସମ୍ମୁଖରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଘଟଣାରେ ପୋଲିସ ଘର ମାଲିକ ଦିବାକରକୁ ଅଟକ ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.