ଢେଙ୍କାନାଳ: ବାରମ୍ବାର ସଚେତନ କରିବା ପରେ ମଧ୍ଯ ଚେତୁଦନାହାନ୍ତି ଲୋକେ। ଯାହାଫଳରେ ଘଟିଯାଉଛି ଗୋଟିଏ ପରେ ଗୋଟିଏ ଅଘଟଣ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଦ୍ଯୁତ୍ ତାର ଲାଗି ଜଣେ ଯୁବକଙ୍କର ହୋଇଥିବା ଜଣାପଡିଛି ।
ଶିକାରୀ ମାନେ ବାରହା ଶିକାର ପାଇଁ ବିଦ୍ଯୁତ୍ ତାର ପକାଇବାଥିବାବେଳେ ଉକ୍ତ ତାର ସଂସ୍ପର୍ଶରେ ଆସି ଗ୍ରାମର ସୁଶାନ୍ତ ସାମଲ(୨୭)ଙ୍କ ଜୀବନ ଯାଇଛି । ତେବେ ଏନେଇ ଖବର ପାଇବାପରେ ଘଟଣାସ୍ଥଳରେ ପୋଲିସ୍ ଏବଂ ବନ କର୍ମଚାରୀ ପହଁଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛନ୍ତି ।
ସୂଚନା ଥାଉକି, କିଛି ଦିନ ତଳେ ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଜଣେ ବନ କର୍ମଚାରୀ ଗୁରୁତର ହୋଇଥିଲେ ।