ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ବିଚ୍‌ ରାସ୍ତାରେ ଲୁହା ରଡରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

 ଅନୁଗୋଳ (କେନ୍ଯୁଜ୍): ଯୁବକଙ୍କୁ ବିଚ୍‌ ରାସ୍ତାରେ ହତ୍ୟା । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗା ସାହିରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଶୁଭାଶିଷ ମହାପାତ୍ର।

ଅଭିଯୋଗ ଅନୁଯାୟୀ, ଶୁଭାଶିଷ ମହାପାତ୍ର ଓ ମନୋରଞ୍ଜନ ଦୋରାଙ୍କ ମଧ୍ୟରେ କୌଣସି କଥାରୁ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମନୋରଞ୍ଜନ ଏକ ଲୁହା ରଡରେ ଶୁଭାଶିଷଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.