ସରିସୃପ ବନ୍ୟପ୍ରାଣୀକୁ ଧରି ବିଭିନ୍ନ ସମୟରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ କରୁଥିଲେ ଯୁବକ, ଏବେ ବାନ୍ଧିଲା ପୋଲିସ୍

ସମ୍ବଲପୁର(କେନ୍ୟୁଜ୍): ସରିସୃପ ବନ୍ୟପ୍ରାଣୀ ରଖି ଯୁବକ ଗିରଫ । ସରିସୃପ ବନ୍ୟପ୍ରାଣୀକୁ ଧରି ବିଭିନ୍ନ ସମୟରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପୋଷ୍ଟ କରୁଥିଲେ । ସମ୍ବଲପୁର ସଦର ଧମା ଥାନା, କରନଝୁଲା ଗାଁର ରାମଚନ୍ଦ୍ର ରଣା ନାମକ ଜଣେ ଯୁବକ ନିଜ ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ନିଜେ ଧରୁଥିବା ବିଭିନ୍ନ ପ୍ରଜାତିର ସରିସୃପ ବନ୍ୟପ୍ରାଣୀକୁ ନେଇ ଚ୍ୟାନେଲରେ ପ୍ରସାରଣ କରୁଥିଲେ ।

ଖବରପାଇ ସମ୍ବଲପୁର ଏସିଏଫଙ୍କ ନେତୃତ୍ୱରେ ଏକ ଟିମ୍‌ କରନଝୁଲି ଗାଁକୁ ଯାଇ ରାମଚନ୍ଦ୍ରକୁ ଗିରଫ କରିଥିଲେ । ତାଙ୍କ ଘରୁ ଗୋଟିଏ ଚିତି ସାପ, ୨ଟି ନାଗ ସାପ, ୪ଟି ତେନ୍ତିଳିଆ ନାଗ ସାପ, ୪ଟି ବହୁରୂପୀ ଏଣ୍ଡୁଅକୁ ଜବତ କରିଛି ବନବିଭାଗ । ସରିସୃପକୁ ଧରି ଭିଡିଓ କରି ପୁଣି ଜଙ୍ଗଲ ରେ ଛାଡି ଦେଉଥିବା ରାମଚନ୍ଦ୍ର ରଣା ସ୍ୱୀକାର କରିଛନ୍ତି । କେବଳ ସରିସୃପ ପ୍ରାଣୀ ଧରି ନିଜର ୟୁଟ୍ୟୁବରେ ମଜା ନେଉଥିବା ଆଇନ୍‌ ଅନୁସାରେ ତାଙ୍କୁ ଗିରଫ କରିଯାଇଛି ବୋଲି ଏସିଏଫ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.