ଫାର୍ମାସିଷ୍ଟଙ୍କୁ ଆକ୍ରମଣ କଲେ ଯୁବକ, ଭାଇରାଲ୍ ହେଉଛି ଭିଜୁଆଲ୍

ଘରକୁ ନେବା ପାଇଁ ସାଲାଇନ ମାଗିଥିଲେ । ତେବେ ଡାକ୍ତରଖାନାରେ ଥିବା ଫାର୍ମାସିଷ୍ଟ ନ ଦେବାରୁ ପ୍ରଥମେ ବଚସା ଓ ପରେ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କଲେ ଯୁବକ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଯାହାର ସିସିଟିଭି ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଭଦ୍ରକ(କେନ୍ୟୁଜ) : ଘରକୁ ନେବା ପାଇଁ ସାଲାଇନ ମାଗିଥିଲେ । ତେବେ ଡାକ୍ତରଖାନାରେ ଥିବା ଫାର୍ମାସିଷ୍ଟ ନ ଦେବାରୁ ପ୍ରଥମେ ବଚସା ଓ ପରେ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କଲେ ଯୁବକ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଯାହାର ସିସିଟିଭି ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଆଗରପଡ଼ା ଥାନାଧିନ ଆଡିଆ ଗ୍ରାମର ମହେଶ୍ୱର ଦାସ ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଫର୍ମାସିଷ୍ଟ ଭାବରେ କାମ କରନ୍ତି । ପ୍ରତିଦନି ଭଳି ମହେଶ୍ୱର ଗତକାଲି ଡାକ୍ତରଖାନାରେ ଡ୍ୟୁଟିରେ ଥିଲେ । ତାଙ୍କ ପାଖରେ ଅନେକ ରୋଗୀଙ୍କ ଭିଡ଼ ମଧ୍ୟ ଲାଗିଥିଲା । ଅପରାହ୍ନରେ ପୁରୁଷଣ୍ଢ ଗ୍ରାମର ଦିପୁନ ସେଠୀ ନାମକ ଯୁବକ ଓ ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମହେଶ୍ୱରଙ୍କ ପାଖରେ ପହଂଚି ନିଜ ଘରକୁ ନେବାକୁ ସାଲାଇନ ମାଗିଥିଲେ । ଡ଼ାକ୍ତରଖାନା ବାହାରକୁ ସାଲାଇନ ଦେଇ ହେବ ନାହିଁ ଅପରପକ୍ଷେ ଡ଼ାକ୍ତରଙ୍କ ପ୍ରେସକ୍ରିପସନ ନାହିଁ ବୋଲି ମହେଶ୍ୱର କହିବାରୁ ଦିପୁନ ସେଠୀ ହଠାତ୍ ଉତ୍ୟକ୍ତ ହୋଇ ମହେଶ୍ୱରଙ୍କୁ ଆକ୍ରମଣ କରିଥିଲେ ।

ପରେ ସେଠାରେ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ପହଂଚି ମହେଶ୍ୱରଙ୍କୁ ଉଦ୍ଧାର କରିଥିଲେ। ତେବେ ଜଣେ ସରକାରୀ କର୍ମଚାରୀ ହିସାବରେ ସାଧାରଣରେ ବିନା ଦୋଷରେ ମାଡ଼ ଖାଇବାକୁ ନେଇ ନ୍ୟାୟ ଆଶାରେ ଆଜି ସିଡ଼ିଏମଙ୍କ ନିର୍ଦେଶରେ ଆଗରପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।  ଏହାସହ ସିସିଟିଭି ଫୁଟେଜ ମଧ୍ୟ ପୋଲିସକୁ ଦେଇଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁରକ୍ଷା ଦେବା ପାଇଁ ଅନୁରୋଧ କରିଛନ୍ତି ମହେଶ୍ୱର । ପୋଲିସ ଏହି ଘଟଣାରେ ଦିପୁନ ସେଠୀଙ୍କୁ ଥାନାରେ ଅଟକ ରଖି ଘଟଣା ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.