‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ ଜିତିଲେ ବୈଭବ ଗୁପ୍ତା,୨୫ ଲକ୍ଷ ଟଙ୍କା ସହ ମିଳିଲା ମାରୁତି କାର

ଏତେ ଦିନ ଧରି ଚାଲିଆସୁଥିବା ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍‌ ୧୪’ ଶେଷ ହୋଇଛି ଏବଂ ସୋ କୁ ଏହାର ବିଜେତା ମିଳିଛି । ବୈଭବ ଗୁପ୍ତା ଏହି ସୋ ର ବିଜେତା ହେବା ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି ଏବଂ ମାରୁତିର ବ୍ରିଜା ଉପହାରରେ ପାଇଛନ୍ତି ।

ଟିଭି ଦୁନିଆର ଲୋକପ୍ରିୟ ରିଆଲିଟି ସୋ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ ଚାରି ମାସରୁ ଅଧିକ ସମୟ ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଛି । ତେବେ ବର୍ତ୍ତମାନ ଏତେ ଦିନ ଧରି ଚାଲିଆସୁଥିବା ଏହି ସୋ ଶେଷ ହୋଇଛି ଏବଂ ସୋ କୁ ଏହାର ବିଜେତା ମିଳିଛି । ବୈଭବ ଗୁପ୍ତା ଏହି ସୋ ର ବିଜେତା ହେବା ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି ଏବଂ ମାରୁତିର ବ୍ରିଜା ଉପହାରରେ ପାଇଛନ୍ତି । ଏହି ସୋ ର ପ୍ରଥମ ରନର୍ ଅପ୍ ସୁଭଦୀପ ଦାସଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିଛି । ଏହା ସହ ଦ୍ୱିତୀୟ ରନର୍ ଅପ୍ ପୀୟୁଷ ପୱାରଙ୍କୁ ଚ୍ୟାନେଲ ଦ୍ୱାରା ଟ୍ରଫି ସହିତ ୫ ଲକ୍ଷ ଟଙ୍କା ଚେକ୍ ମଧ୍ୟ ଦିଆଯାଇଛି । ସେହି ପରି ସୋ ର ତୃତୀୟ ରନର୍ ଅପ୍ ଅନନ୍ୟା ପାଲଙ୍କୁ ୩ ଲକ୍ଷ ଟଙ୍କା ଚେକ୍ ଦିଆଜାଇଛି । ତେବେ ଏହି ସୋ ର ଫାଇନାଲରେ ଅନନ୍ୟା ପାଲ, ଅଞ୍ଜନା, ଆଧ୍ୟା ମିଶ୍ର, ପୀୟୁଷ ପବାୱାର, ସୁଭଦୀପ ଦାସ ଏବଂ ବୈଭବ ଗୁପ୍ତା ପହଞ୍ଚିଥିଲେ ।

ତେବେ ବୈଭବ ଗୁପ୍ତା ତାଙ୍କ ଗୀତ ଦ୍ୱାରା କୋଟି କୋଟି ଦର୍ଶକଙ୍କ ମନ ଜିତିଛନ୍ତି । ନାନକରୀ ସହରର ମେଣ୍ଟେରା ସ୍କୁଲରେ ପାଠ ପଢୁଥିବା ବୈଭବଙ୍କୁ ଆରମ୍ଭରୁ ହିଁ ସଙ୍ଗୀତ ପ୍ରତି ଆଗ୍ରହ ଥିଲା । ସେ ନିଜେ ସ୍କୁଲରେ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଥିଲେ । କିନ୍ତୁ ତାଙ୍କ ବାପା ଚାହୁଁଥିଲେ ଯେ ବୈଭବ +୨ ପରେ ଇଞ୍ଜିନିୟରିଂ କରନ୍ତୁ, ହେଲେ ସେ କେବଳ ସଙ୍ଗୀତରେ କ୍ୟାରିୟର କରିବାକୁ ଚାହୁଁଥିଲେ । ତେବେ କୁହାଯାଏ ନା ଯଦି କିଛି ଜିନିଷ ପାଇବା ପାଇଁ ପୂରା ମନରୁ ଚେଷ୍ଟା କରାଯାଏ, ତାହେଲେ ସେହି ଜିନିଷ ମଳିଥାଏ । ସେହିପରି ବୈଭବଙ୍କ ସହ ମଧ୍ୟ ହୋଇଛି । ବୈଭବଙ୍କ +୨ ସରିବା ପରେ ସେ ତୁରନ୍ତ ଇଣ୍ଡିଆନ୍ ଆଇଡଲ୍ ପାଇଁ ମନୋନୀତ ହୋଇଥିଲେ ଏବଂ ଏବେ ସେ ଏହି ସୋ ର ବିଜେତା ହୋଇଛନ୍ତି ।

ତାହେଲେ ଆସନ୍ତୁ ଜାଣିବା ଯେ ଏହି ସୋ ର ଜଜ୍‌ କେଉଁମାନେ ଥିଲେ । ଯେପରି ବିଶାଲ ଦଦଲାନି, କୁମାର ସାନୁ ଏବଂ ଶ୍ରେୟା ଘୋଷାଲଙ୍କୁ ‘ଇଣ୍ଡିଆନ୍ ଆଇଡଲ୍ ୧୪’ରେ ଜଜ୍‌ ଭାବରେ ଦେଖିବାକୁ ମିଳିଥିଲା । ଏଥି ସହିତ ବଲିଉଡର ପ୍ଲେବ୍ୟକ୍ ସିଙ୍ଗର ନେହା କକ୍କର ଏବଂ ସୋନୁ ନିଗମ ଗ୍ରାଣ୍ଡ ଫାଇନାଲରେ ବିଶେଷ ଅତିଥି ଭାବରେ ଉପସ୍ଥିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.