କଟକ ସହରରେ ତାଲିବାନୀ ଶାସନ: ଉଧାର ଟଙ୍କା ନଫେରାଇବାରୁ ଯୁବକଙ୍କୁ ୨କିଲୋମିଟର ଘୋଷାଡି ନେଲେ ୨ ଯୁବକ

କଟକ(କେନ୍ୟୁଜ୍): ରିଲ୍‌ ନୁହେଁ ରିୟଲ । ଫିଲ୍ମ ନୁହେଁ ବାସ୍ତବ । କଟକ ସହରରେ ତାଲିବାନୀ ଶାସନର ନଗ୍ନ ନମୂନା । ଉଧାର ଟଙ୍କା ନଫେରାଇବାରୁ ଯୁବକଙ୍କୁ ୨କଲୋମିଟର ଘୋଷାଡିଲେ ୨ ଯୁବକ । କଟକ ଚଣ୍ଡିଛକ ଅଞ୍ଚଳରେ ଘଟିଛି ଏଭଳି ଘଟଣା । କିଛି ଉଧାର ଟଙ୍କା ନଫେରାଇବାରୁ ଯୁବକଙ୍କୁ ଦିଆଯାଇଛି ଏଭଳି ଅକଥନୀୟ ନିର୍ଯ୍ୟାତନା । ଖାଲି ଏତିକି ନୁହେଁ, ରାସ୍ତାରେ ଏହାକୁ ବାରଣ କରିଥିବା ଲୋକଙ୍କୁ ମଧ୍ୟ ୨ଜଣ ଯୁବକ ଧମକ ମଧ୍ୟ ଦେଇଛନ୍ତି ।

ଜନଗହଳି ଭରା ବିଚ୍‌ ରାସ୍ତାରେ ଏହି ଘଟଣା ଘଟିଥିଲେ ମଧ୍ୟ ପୋଲିସ ନିକଟରେ ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ । କେହି ଅଭିଯୋଗକାରୀ ମଧ୍ୟ ନଥିବା କହିଛନ୍ତି କଟକ ଡିସିପି । ତେବେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରାଯିବାକୁ ଏକ ତଦନ୍ତ ନିର୍ଦ୍ଦେଶଷ ଦିଆଯାଇଥିବା କହିଛନ୍ତି । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.