ବିଚ୍‌ ରାସ୍ତାରେ ଯୁବକକୁ ଲଙ୍ଗଳା କରି ଉଠବସ କରାଇଲେ, ପୋଲିସ୍‌ ସାଜିଲା ଦେଖଣାହାରୀ; ଭିଡିଓ ଭାଇରଲ୍‌

ବାରିପଦା(କେନ୍ୟୁଜ୍‌): ପୁଣି ଏକ କଙ୍ଗାରୁ କୋର୍ଟ । ସର୍ବସାଧାରଣ ଜାଗାରେ ଯୁବକଙ୍କୁ ଉଲଗ୍ନ କରି ମାଡ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ରାଜ୍ୟ ରାଜପଥ ପାର୍ଶ୍ୱରେ ଘଟଣାଟି ଘଟିଥିବାର ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ପୋଲିସ ମଧ୍ୟ ଛିଡା ହୋଇ ଦେଖଣାହାରୀ ସାଜିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ମାଡ ଖାଉଥିବା ଯୁବକ ଜଣକ ବାହାରୁ ଆସିଥିବା ବେଳେ ସ୍ଥାନୀୟ ଯୁବକ ତାଙ୍କୁ ସର୍ବସମ୍ମୁଖରେ ଏଭଳି କରୁଥିବାର ଦେଖିବାକୁ ମିଳିଛି। ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ଅନ୍ୟପଟେ ପ୍ରେମ ସମ୍ପର୍କରୁ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.