ହ୍ଵାଟସ୍‌ଆପକୁ ଆସିଲା ୩ଟି ନୂଆ ଫିଚର୍ସ ,ଏବେ ଉଭୟ ଆଣ୍ଡ୍ରଏଡ୍-ଆଇଓଏସରେ ବ୍ୟବହାର କରିପାରିବେ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍‌ଆପ ଏହାର ପ୍ଲାଟଫର୍ମରେ କିଛି ନୂଆ ଫିଚର୍ସ ଯୋଡିବାକୁ ଯୋଡିଛି। ଏହିଫିଚର୍ସ ଗୁଡିକ ମାଧ୍ୟମରେ କେବଳ ଆପଣଙ୍କର ଚାଟିଂ ଷ୍ଟାଇଲ ପରିବର୍ତ୍ତନ ହେବ ନାହିଁ, ବରଂ ଏହା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ଏବଂ ସହଜ ହେବ । ବିଶେଷ କଥା ହେଉଛି ଏହି ଫିଚର୍ସ ଗୁଡିକ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସରେ ଉପଭୋଗ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହି ଫିଚର୍ସ ବିଷୟରେ ।

View Once:

ହ୍ଵାଟସ୍‌ଆପ ଆପ୍ ନିକଟରେ Snapchat ପରି View Once ଫିଚର୍ସକୁ ଉପସ୍ଥାପନ କରିଛି । ଏହି ଫିଚର୍ସ ମାଧ୍ୟମରେ ପଠାଯାଇଥିବା ଫଟୋ ଏବଂ ଭିଡିଓ ଗୁଡ଼ିକ ଥରେ ଦେଖିବା ପରେ ଅଦୃଶ୍ୟ ହୋଇଯାଏ । ଚାଟରୁ ଅଦୃଶ୍ୟ ହେବା ସହିତ ଅନ୍ୟ ମାନଙ୍କ ପାଖକୁ ପଠାଯାଇଥିବା ଏହି ଭିଡିଓ କିମ୍ବା ଫଟୋ ବ୍ୟବହାରକାରୀଙ୍କ ଫୋନର ଗ୍ୟାଲେରୀରେ ସେଭ ହୋଇପାରିବ ନାହିଁ । ଏବଂ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଫାଇଲ ଦେଖିବା ମାତ୍ରେ ଏହା ଅଦୃଶ୍ୟ ହୋଇଯିବ । ଫାଇଲ୍ ପରିବର୍ତ୍ତେ, ସେଠାରେ କେବଳ ଓପନ୍ ଲେଖାଯିବ ।

Joinable calls:

ଜୁଲାଇରେ ହ୍ଵାଟସ୍‌ଆପର ଏହି ଫିଚର୍ସ ଉପସ୍ଥାପନ କରିଥିଲା। ଏହି ଫିଚର୍ସ ମାଧ୍ୟମରେ ହ୍ଵାଟସ୍‌ଆପର ଉପଭୋକ୍ତାମାନେ ଯେ କୌଣସି ଗ୍ରୁପ ଭିଡିଓ କିମ୍ବା ଭଏସ୍ କଲ୍ ରେ ଯୋଗଦାନ କରିବାକୁ ସମର୍ଥ ହେଉଥିଲେ । ଯଦି ୟୁଜର୍ସ ମାନେ ଚାହାଁନ୍ତି, ସେମାନେ ଗ୍ରୁପ୍ କଲ୍ ମଧ୍ୟଭାଗରୁ ଛାଡିପାରିବେ ଏବଂ ପୁନର୍ବାର ଏଥିରେ ସାମିଲ ହୋପାରିବେ ।ଏଥିପାଇଁ କଲ୍ ର ଜାରି ରହିବ ଆବଶ୍ୟକ ।

ଆଣ୍ଡ୍ରଏଡରୁ ଆଇଓଏସ୍ କୁ ଟ୍ରାନ୍ସଫର:

ସେହି ପରି ହ୍ଵାଟସ୍‌ଆପର ଚାଟ୍ କୁ ଟ୍ରାନ୍ସଫର କରିବା ପାଇଁ ମଧ୍ୟ ଏକ ଫିଚର୍ସ ଆସିଛି ।ନୂଆ ଫିଚର୍ସ ଅଧୀନରେ, ଆପଣ ବର୍ତ୍ତମାନ ହ୍ଵାଟସ୍‌ଆପର ଚାଟ୍କୁ ଆଣ୍ଡ୍ରଏଡରୁ ଆଇଓଏସ୍ କିମ୍ବା ଆଇଓଏସ୍ କୁ ଆଣ୍ଡ୍ରଏଡ୍ ଫୋନକୁ ଟ୍ରାନ୍ସଫର କରିପାରିବେ । ଯଦି ଆପଣ ଆପଣଙ୍କର ଫୋନ୍ ପରିବର୍ତ୍ତନ କରିବାକୁ ଯାଉଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ହ୍ଵାଟସ୍‌ଆପ ଚାଟ୍ ବିଷୟରେ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.