ମାତ୍ର ୨ ସେକେଣ୍ଡରେ ଟ୍ରାନ୍ସଫର ହେବ 4GB ଭିଡିଓ, ଡିଭାଇସର ଦାମ ବି ରହିଛି ଶସ୍ତା

ସାମସଙ୍ଗ ପୋର୍ଟେବଲ Solid-State Drive (SSD) T9କୁ ଲଞ୍ଚ କରିଛି । ଏହା 4TB ପର୍ଯ୍ୟନ୍ତ ଷ୍ଟୋରେଜ ଅପ୍ସନ ଦେଇଥାଏ । ଯାହା ଫାଷ୍ଟ ଡାଟା ଟ୍ରାନ୍ସଫର ସ୍ପିଡ ଏବଂ ଅଧିକ ଷ୍ଟୋରେଜ୍‌ କ୍ୟାପାସିଟି ଦେଉଛି । ଏହା କ୍ରିଏଟର୍ସ ଏବଂ ପ୍ରୋଫେସନାଲ ମାନଙ୍କ ପାଇଁ ବେଷ୍ଟ ହେବ ।

ସାମସଙ୍ଗ ପୋର୍ଟେବଲ Solid-State Drive (SSD) T9କୁ ଲଞ୍ଚ କରିଛି । ଏହା 4TB ପର୍ଯ୍ୟନ୍ତ ଷ୍ଟୋରେଜ ଅପ୍ସନ ଦେଇଥାଏ । ଯାହା ଫାଷ୍ଟ ଡାଟା ଟ୍ରାନ୍ସଫର ସ୍ପିଡ ଏବଂ ଅଧିକ ଷ୍ଟୋରେଜ୍‌ କ୍ୟାପାସିଟି ଦେଉଛି । ଏହା କ୍ରିଏଟର୍ସ ଏବଂ ପ୍ରୋଫେସନାଲ ମାନଙ୍କ ପାଇଁ ବେଷ୍ଟ ହେବ । ଏହାର ଡିଜାଇନ ବି ଦମଦାର ରହିଛି ଏବଂ ଟ୍ରାନ୍ସଫର ସ୍ପିଡ ବି ଜବରଦସ୍ତ ରହିଛି । ତେବେ ଆସନ୍ତୁ ଜାଣିବା ସାମସଙ୍ଗ T9 ପୋର୍ଟେବଲ୍ SSD ବିଷୟରେ ।

T9 ଏକ ଆକର୍ଷଣୀୟ ଡିଜାଇନ୍ ସହିତ ଆସିଥାଏ ଏବଂ ଏଥିରେ ଏକ ଫାଷ୍ଟ USB 3.2 Gen 2×2 ଇଣ୍ଟରଫେସ୍ ଅଛି ଯାହା 2,000 MB / s ପର୍ଯ୍ୟନ୍ତ ପଢିବା / ଲେଖିବା ପାଇଁ ସ୍ପିଡ ଦେଇଥାଏ । କଣ୍ଟେଟ କ୍ରିଏଟର୍ସମାନଙ୍କ ପାଇଁ ଏହି T9 ଏକ ଭଲ ଅପ୍ସନ । କାରଣ ଏହା ସେମାନଙ୍କୁ ଫାଇଲ ଶୀଘ୍ର ଟ୍ରାନ୍ସଫର କରିବାକୁ ସାହାଯ୍ୟ କରେ ଏବଂ କାର୍ଯ୍ୟ କରିବାକୁ ଅନୁମତି ଦେଇଥାଏ ।

T7 ତୁଳନାରେ T9 ପ୍ରାୟ ଦୁଇଗୁଣ ସ୍ପିଡ ଅଧିକ ରହିଛି । ଆପଣ ମାତ୍ର ଦୁଇ ସେକେଣ୍ଡରେ 4GB ଫୁଲ୍ HD ଭିଡିଓକୁ ଟ୍ରାନ୍ସଫର କରିପାରିବେ । T9 ତିନୋଟି ଭିନ୍ନ ଭିନ୍ନ କ୍ୟାପାସିଟି ସହିତ ଆସିଥାଏ (1TB, 2TB ଏବଂ 4TB) । ଲାର୍ଜ ଡାଟା ଭଲ୍ୟୁମ ପାଇଁ ଶୀଘ୍ର ଏବଂ ଲଗାତାର ଟ୍ରାନ୍ସଫର ପାଇଁ ଏହା ଡିଜାଇନ୍ କରାଯାଇଛି । ଏହା ଏକ କ୍ରେଡିଟ୍ କାର୍ଡର ଆକାର ପରି ଦେଖାଯାଏ । ଏହାର ଅର୍ଥ ଏହାକୁ ଯେକୌଣସି ସ୍ଥାନକୁ ନେଇ ପାରିବେ ।

ଏହା USB Type-C Power Specifications ପୁରା କମ୍ପାଟିବଲ, ଯାହା ପ୍ରୋଫେସନାଲ କ୍ରିଏଟର୍ସଙ୍କ ପାଇଁ ଏକ ଭଲ ଡିଭାଇସ୍‌ ଭାବରେ ଜଣା । ଏହା ୱିଣ୍ଡୋଜ୍, ମାକୋସ୍, ସ୍ମାର୍ଟଫୋନ୍, ଟାବଲେଟ୍, ଗେମିଂ କନସୋଲ୍ ଏବଂ ହାଇ-ରିଜୋଲ୍ୟୁସନ୍ କ୍ୟାମେରା ସହିତ କମ୍ପାଟିବଲ୍‌ । ଏହା ବ୍ୟତୀତ T9 ପ୍ୟାକେଜରେ USB Type-C-to-C ଏବଂ USB Type-C-to-A କେବୁଲ ସାମିଲ ରହିଛି । ଯାହା ବିଭିନ୍ନ ପ୍ରକାରର ଡିଭାଇସରେ ବ୍ୟବହାର କରିବାକୁ ସହଜ କରିଥାଏ ।

ସାମସଙ୍ଗର ପୋର୍ଟେବଲ୍ SSD T9 ଦାମ୍‌ 1TB ଭାରିଆଣ୍ଟ ପାଇଁ ୧୨,୭୯୯ ରୁ ଆରମ୍ଭ ହୋଇ 4TB ଭାରିଆଣ୍ଟ ପାଇଁ ୩୩,୫୯୯ ଟଙ୍କା ପର୍ଯ୍ୟନ୍ତ ରହୁଛି । ଏହା ସାମସଙ୍ଗର ରିଟେଲ ଷ୍ଟୋର ଏବଂ ଅନଲାଇନ୍ ପ୍ଲାଟଫର୍ମରେ ଏହା ମିଳୁଛି । ଗ୍ରାହକମାନେ ପୋର୍ଟେବଲ୍ SSD T9 ଉପରେ ୫ ବର୍ଷର ଲିମିଟେଡ୍‌ ୱାରେଣ୍ଟି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.