ମଉକା ଛାଡ଼ନ୍ତୁ ନାହିଁ! ୩୫ ହଜାର ଟଙ୍କାର ସ୍ମାର୍ଟଫୋନ କିଣନ୍ତୁ ମାତ୍ର ୭ ହଜାର ଟଙ୍କାରେ; ଜାଣନ୍ତୁ କେମିତି

ଦୀପାବଳି ସେଲ୍‌ ଆରମ୍ଭ ହୋଇଗଲାଣି। ଫ୍ଲିପ୍‌କାର୍ଟ ମଧ୍ୟ ଏହି ସେଲ୍‌ରେ ଜବରଦସ୍ତ ରିହାତି ଅଫର୍‌ ଦେଉଛି। ଫ୍ଲିପ୍‌କାର୍ଟରେ ଗ୍ରାହକମାନେ ଦମ୍‌ଦାର ପ୍ରଡକ୍ଟକୁ ଅତି ସୁଲଭ ମୂଲ୍ୟରେ କିଣି ପାରୁଛନ୍ତି। ଏମିତିରେ ଯଦି ଆପଣ ମଧ୍ୟ ଏକ ୫ଜି ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତା’ ହେଲେ ଫ୍ଲିପ୍‌କାର୍ଟରେ ସ୍ମାର୍ଟଫୋନ ସେଲ୍‌ରେ ବଢ଼ିଆ ଡିଲ୍‌ ହାସଲ କରି ପାରିବେ। ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ମାର୍ଟଫୋନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଅଧାରୁ ବି କମ୍‌ ଦାମ୍‌ରେ କିଣି ପାରିବେ। ତେବେ ଆସନ୍ତୁ ଜାଣିବା, ଏତେ କମ୍‌ ଦାମ୍‌ରେ କିପରି ଏକ ଭଲ ସ୍ମାର୍ଟଫୋନ କିଣାଯାଇ ପାରିବ।

POCO F4 5G

ଯେଉଁ ସ୍ମାର୍ଟଫୋନ ଉପରେ ଏତେ ଅଧିକ ରିହାତି ଦିଆଯାଉଛି ତଥା ଗ୍ରାହକମାନେ ସଞ୍ଚୟ କରିବାର ମଉକା ପାଉଛନ୍ତି, ତାହା ହେଲା POCO F4 5G। ଏହି ସ୍ମାର୍ଟଫୋନର ପ୍ରକୃତ ମୂଲ୍ୟ ହେଉଛି ୩୪,୯୯୯ ଅର୍ଥାତ୍ ପାଖାପାଖି ୩୫,୦୦୦ ଟଙ୍କା। କିନ୍ତୁ ଏହାକୁ ୨୭ ପ୍ରତିଶତ ରିହାତି ସହିତ ମାତ୍ର ୨୫,୪୯୯ ଟଙ୍କାରେ ବିକ୍ରି କରାଯାଉଛି। କହି ରଖୁଛୁ, ଏହି ସ୍ମାର୍ଟଫୋନକୁ ଆପଣ ବହୁତ ଶସ୍ତା ଦାମ୍‌ରେ କିଣି ପାରିବେ। ଏହା ଉପରେ ଆପଣଙ୍କୁ ଏକ ତଗଡ଼ା ଏକ୍ସଚେଞ୍ଜ ବୋନସ୍ ଦିଆଯାଉଛି।

ବାସ୍ତବରେ, ଏହି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ୧୬,୯୦୦ ଟଙ୍କାର ଏକ୍ସଚେଞ୍ଜ୍ ବୋନସ୍ ଦିଆଯାଉଛି, ଯାହା ପରେ ଗ୍ରାହକ ଏହାକୁ ମାତ୍ର ୮୫୯୯ ଟଙ୍କା ମୂଲ୍ୟରେ କିଣି ପାରିବେ। ଏତିକି ଦାମ୍‌ରେ କିଣିବା ପରେ ବି ଯଦି ଆପଣଙ୍କୁ ଏହା ଅଧିକ ବୋଲି ଲାଗୁଛି, ତା’ ହେଲେ ଆପଣ ଅଫିସ୍‌ ଆଡମିଟ୍ କାର୍ଡର ମଧ୍ୟ ଲାଭ ଉଠାଇ ପାରିବେ, ଯେଉଁଥିରେ ଆପଣଙ୍କୁ ୧୦୦୦ରୁ ୨୦୦୦ ଟଙ୍କାର ଫାଇଦା ମିଳି ପାରିବ। ଗ୍ରାହକମାନେ ଏହି ସ୍ମାର୍ଟଫୋନକୁ କେବଳ ୭୦୦୦ ଟଙ୍କାରେ ହିଁ କିଣି ପାରିବେ।

କ’ଣ ରହିଛି ଖାସିୟତ୍‌

ଏହି ସ୍ମାର୍ଟଫୋନରେ ଆପଣ ଅନେକ ନିଆରା ଫିଚର୍ସ ଦେଖିବାକୁ ପାଇ ପାରିବେ। ଏଥିରେ ୮ ଜିବି ର‍୍ୟାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ସହିତ ୬୪ ମେଗାପିକ୍ସେଲର ପ୍ରାଇମେରୀ ରିୟର କ୍ୟାମେରା ସେଟଅପ୍ ଏବଂ ସ୍ନାପଡ୍ରାଗନ୍ ୮୦୦ ପ୍ରୋସେସର ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.