ହୋଇ ଯାଆନ୍ତୁ ସାବଧାନ! ହ୍ଵାଟସ୍‌ଆପରେ ଚାଲୁଛି ନୂଆ ପ୍ରକାରର ଠକେଇ; ସମ୍ପର୍କୀୟ ହୋଇ ଲୁଟୁଛନ୍ତି ପଇସା

ପ୍ରଥମେ ଇମେଲ ଓ ଏସ୍‌ଏମ୍‌ଏସ୍‌, ଆଉ ଏବେ ହ୍ଵାଟସ୍‌ଆପ ଜରିଆରେ ସାଇବର କ୍ରାଇମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ୍‌ ଆପ୍‌ ହ୍ଵାଟସ୍‌ଆପ ଏବେ ସାଇବର ଠକେଇର ପ୍ଲାଟଫର୍ମ ବନି ଯାଇଛି, ଯେଉଁଠି ଲୋକମାନଙ୍କୁ ବିଭିନ୍ନ ପ୍ରକାର ଟ୍ରିକ୍ସ ଜରିଆରେ ଠକା ଯାଉଛି। ଲାଟେଷ୍ଟ ହ୍ଵାଟ୍‌ସଆପ୍‌ ସ୍କାମ୍‌ ଟ୍ରିକ୍‌ ଏହା ହେଉଛି ଯେ ଏଠାରେ ସାଇବର ଅପରାଧୀମାନେ ପରିବାର ସଦସ୍ୟ ହୋଇ ଆସୁଛନ୍ତି। ଏ ନେଇ ୟୁକେର ସରକାରୀ ସଂସ୍ଥାନ Suffolk Trading Standards ହ୍ଵାଟସ୍‌ଆପ ୟୁଜର୍ସଙ୍କୁ ଚେତାବନୀ ଦେଇଛି। ଏହା କହିଛି କି, ଅପରାଧୀ ନିଜକୁ ୟୁଜରଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣେ ବୋଲି ଦର୍ଶାଇ ବାହାନା ଖୋଜୁଛି ଏବଂ ଏହାପରେ ନକଲି ମେସେଜ ମାଧ୍ୟମରେ ଟାର୍ଗେଟ କରୁଛି।

ଏମିତି ହେଉଛି ଠକେଇ

ନିକଟରେ ଏମିତି ଏକ ଘଟଣା ଘଟିଛି। କେସିଙ୍ଗ୍‌ଲ୍ୟାଣ୍ଡର ଜଣେ ମହିଳାଙ୍କୁ ଏକ ଅଜଣା ନମ୍ବରରୁ ହ୍ଵାଟସ୍‌ଆପ ମେସେଜ ମିଳିଥିଲା। ଏହାକୁ ଚଲାଉଥିବା ବ୍ୟକ୍ତି ନିଜକୁ ତାଙ୍କ ଝିଅ ବୋଲି ପରିଚୟ ଦେଇଥିଲେ। ଚୋର ଜଣକ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କି, ସେ ଶୌଚାଳୟରେ ପଡ଼ି ଯାଇଛନ୍ତି ଏବଂ ଏହା ହେଉଛି ତାଙ୍କର ନୂଆ ହ୍ଵାଟସ୍‌ଆପ ନମ୍ବର। ତେବେ କାହାଣୀ ଏହିଠାରେ ସରି ନ ଥିଲା। ଠକ ଜଣକ ପୁଣି ହ୍ଵାଟସ୍‌ଆପ ୟୁଜରଙ୍କୁ ତାଙ୍କୁ ପଇସା ପଠାଇବା ପାଇଁ କହିଥିଲେ। କାହିଁକିନା, ତାଙ୍କୁ ବିଲ୍‌ ଟଙ୍କା ଭରିବାର ଥିଲା ଏବଂ ସେ ନିଜ ଆକାଉଣ୍ଟରୁ ପଇସା ବାହାର କରିପାରୁ ନ ଥିଲେ। ସୌଭାଗ୍ୟବଶତଃ ମହିଳା ଜଣକ ଏହି ଠକେଇରେ ପଡ଼ି ନ ଥିଲେ ଏବଂ ସେ ନିଜ ଝିଅକୁ ଅନ୍ୟ ପ୍ଲାଟଫର୍ମରୁ ଯୋଗାଯୋଗ କରିବାକୁ କହିଥିଲେ।

Suffolk Trading Standards ହ୍ଵାଟସ୍‌ଆପ ଘୋଟାଲା ଏବଂ ଅନ୍ୟ ଠକେଇ ମାମଲାର କିଛି ଆଶ୍ଚର୍ଯ୍ୟଜନକ କ୍ଷତିର ଖୁଲାସା କରିଛି। ପରିଷଦ କହିଛି କି, ୟୁକେରେ ପ୍ରତିବର୍ଷ ଏଭଳି ଘୋଟାଲାରେ ଆନୁମାନିକ ୫ ବିଲିୟନ ପାଉଣ୍ଡରୁ ୧୦ ବିଲିୟନ ପାଉଣ୍ଡର କ୍ଷତି ହେଉଛି। ଏହି ନୂଆ ପ୍ରକାରର ଠକେଇ ଫୋନ୍‌ କଲ, ଏସ୍‌ଏମ୍‌ଏସ୍‌, ଇମେଲ ଏବଂ ଇଣ୍ଟରନେଟ୍‌ ମାଧ୍ୟମରେ କରାଯାଉଛି।

କେମିତି ଜାଣିବେ ଏହା ହ୍ଵାଟସ୍‌ଆପ ଠକେଇ କି ନୁହେଁ

-ସ୍କାମରମାନେ ଆପଣଙ୍କ ସହ ସିଧାସଳଖ ସମ୍ପର୍କ କରିବାକୁ ଚେଷ୍ଟା କରିବେ। ସେମାନେ ଆପଣଙ୍କୁ ଆପଣଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ କିମ୍ବା ସାଙ୍ଗ ବୋଲି ଦର୍ଶାଇବେ, କିନ୍ତୁ ଏଭଳି ଠକେଇରୁ ଆପଣ ଦୂରେଇ ରୁହନ୍ତୁ।

-ସାଇବର ଅପରାଧୀମାନେ ଆପଣଙ୍କ ବ୍ୟକ୍ତିଗତ କିମ୍ବା ବିତ୍ତୀୟ ଡିଟେଲ ପ୍ରାପ୍ତ କରିବାକୁ ଚେଷ୍ଟା କରିବେ।

-ସେମାନେ ଏମିତି ସ୍ଥିତି ସୃଷ୍ଟି କରିବେ, ଯାହାକି ଆପଣଙ୍କୁ ଅତ୍ୟାବଶ୍ୟକ ବୋଲି ଲାଗିବ ଏବଂ ଆପଣଙ୍କୁ ଜଲ୍‌ଦି ପ୍ରତିକ୍ରିୟା ଦେବା ପାଇଁ ଚାପ ପକାଇବେ।

-ସେମାନେ ଆପଣଙ୍କୁ ନିଜର କଥାବାର୍ତ୍ତା ଗୁପ୍ତ ରଖିବାକୁ କହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.