ଏୟାରଟେଲ ମହିଳାଙ୍କ ସୁରକ୍ଷା ପାଇଁ ଲଞ୍ଚ କଲା ଏହି ଆପ, ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ : ଦୂରସଂଚାର କମ୍ପାନୀ ଭାରତୀ ଏୟାରଟେଲ ଲେଡିଜ୍ ଅରଗାନାଇଜେସନ ସହ ମିଶି ମହିଳାଙ୍କ ସୁରକ୍ଷା ଏବଂ ସାହାଯ୍ୟ ପାଇଁ ମାଇ ସର୍କଲ ନାମକ ଏକ ଆପ୍ ଲଞ୍ଚ କରିଛି। ଏହି ଆପକୁ ଏୟାରଟେଲ ଛଡ଼ା ଅନ୍ୟ ଦୂରସଂଚାର କମ୍ପାନୀର ଗ୍ରାହକ ମଧ୍ୟ ବ୍ୟବହାର କରିପାରିବେ।

My-Circle-App

କମ୍ପାନୀ ଦ୍ବାରା କୁହାଯାଇଥିବା ବୟାନ ମୁତାବକ, ମାଇ ସର୍କଲ ଆପ ଖାସ ମହିଳାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଆପ ଜରିଆରେ ମହିଳା ମାନେ ନିଜ ପରବାର ୫ ଜଣ ସଦସ୍ୟ ଅଥବା ସାଙ୍ଗଙ୍କୁ ଇଂରାଜୀ, ହିନ୍ଦୀ,ତାମିଲ, ଓଡିଆ ଏପରି ମୋଟ ୧୩ଟି ଭାଷାରେ ସାହାଯ୍ୟ ପାଇଁ ମେସେଜ୍ ପଠାଇପାରିବେ। ଏହି ଆପକୁ ଏବେ ଆନଡ୍ରୋଏଡ ଏବଂ ଆପଲ ଷ୍ଟୋରରେ ଉପଲବ୍ଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.