Redmi Note 12 5G ଭାରିଆଣ୍ଟ ପରେ 4G, ଏପ୍ରିଲ ୬ରୁ ବଜାରରେ ମିଳିବ

ସାଓମି ପକ୍ଷରୁ Redmi Note 12 4G ଭାରିଆଣ୍ଟର ଲଞ୍ଚ । ତିନୋଟି କଲର ଭାରିଆଣ୍ଟରେ ବଜାରରେ ଉପଲବ୍ଧ ହୋଇ ରହିଛି । 6ଜିବି RAM ଓ 128ଜିବି ଷ୍ଟୋରେଜ ମଡେଲର ଦାମ ରହିଛି ୧୬ ହଜାର ୯୯୯ । 6ଜିବି RAM ଓ 64ଜିବି ଷ୍ଟୋରେଜ ମଡେଲର ଦାମ ରହିଛି ୧୪ ହଜାର ୯୯୯ ଟଙ୍କା । ଏପ୍ରିଲ ୬ ତାରିଖ ମଧ୍ୟାହ୍ନରୁ ଏହି ଫୋନକୁ ଆପଣ ବଜାରରୁ କିଣି ପାରିବେ ।

କେନ୍ୟୁଜ୍‌(ବ୍ୟୁରୋ): ସାଓମି ପକ୍ଷରୁ Redmi Note 12 5G ଭାରିଆଣ୍ଟର ଲଞ୍ଚ ପରେ ଏବେ Redmi Note 12 4G ଭାରିଆଣ୍ଟର ଲଞ୍ଚ କରାଯାଇଛି । 5ଜି ଭାରିଆଣ୍ଟର ଦାମ୍‌ ୧୭ ହଜାର ୯୯୯ ରହିଥିବା ବେଳେ 4ଜି ଭାରିଆଣ୍ଟ କିନ୍ତୁ ଏହାଠୁ କମ ଦାମ୍‌ ଓ ବଜେଟ ସ୍ମାର୍ଟଫୋନ ହୋଇ ଆସିଛି । ଏହାର ଦାମ୍‌ ୧୫ ହଜାର ଭିତରେ ରହିଛି ।

ଏହି ଫୋନ ତିନୋଟି କଲର ଭାରିଆଣ୍ଟରେ ବଜାରରେ ଉପଲବ୍ଧ ହୋଇ ରହିଛି । ଲୁନାର ବ୍ଲାକ, ସନରାଇଜ ଗୋଲ୍ଡ ଓ ଆଇସ ବ୍ଲୁ । ଏହାର ଦୁଇଟି ମଡେଲ ବଜାରରେ ଉପଲବ୍ଧ ରହିଛି । 6ଜିବି RAM ଓ 64ଜିବି ଷ୍ଟୋରେଜ ମଡେଲ । ଏହାର ବଜାରମୂଲ୍ୟ ରହିଛି ୧୪ ହଜାର ୯୯୯ ଟଙ୍କା । ସେହିପରି 6ଜିବି RAM ଓ 128ଜିବି ଷ୍ଟୋରେଜ ମଡେଲର ଦାମ ରହିଛି ୧୬ ହଜାର ୯୯୯ । ଯଦି ଆପଣଙ୍କ ପାଖରେ ICICI ବ୍ୟାଙ୍କ କାର୍ଡ ରହିଛି ଆପଣଙ୍କୁ ଫ୍ଲାଟ ୧୦୦୦ଟଙ୍କାର ରିହାତି ମିଳିବ । ଏପ୍ରିଲ ୬ ତାରିଖ ମଧ୍ୟାହ୍ନରୁ ଏହି ଫୋନକୁ ଆପଣ ବଜାରରୁ କିଣି ପାରିବେ । ଏହାସହ mi.com, Flipkart, Mi Home ଓ Mi Studio କୁ ଯାଇ ଆପଣ ଏହି ଫୋନକୁ କିଣି ପାରିବେ ।

ଏବେ ନଜର ପକାଇବା ଏହି ଫୋନର ଫିଚର ଉପରେ । ଏହି ଫୋନରେ ଆପଣଙ୍କୁ 6.67 ଇଞ୍ଚର ଫୁଲ ଏଚଡି ଏଏମଓଏଲଇଡି ଡିସପ୍ଲେ ମିଳିବ । ଏହାସହ ଏହାର ରିଫ୍ରେସ ରେଟ ରହିଛି 120Hz । ଏହି ଫୋନରେ ଆପଣଙ୍କୁ ସ୍ନାପଡ୍ରାଗନ 685 ଚିପସେଟ ମିଳିବ । ଏହାସହ 6ଜିବି RAM । କହିବାକୁ ଗଲେ ଏକ ପାଓ୍ଵାରଫୁଲ ପ୍ରୋସେସରରେ ଏହା ବଜାରକୁ ଆସିବାକୁ ଯାଉଛି । ଏହାର ଥିକନେସ ରହିଛି 7.85 ଏମଏମ । ଏହି ସ୍ମାର୍ଟଫୋନରେ ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମ ବ୍ୟବହାର କରାଯାଇଛି । ସେହିପରି ଏଥରେ ୪ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ ମିଳିବ ।

ଏଥିରେ 50 ମେଗାପିକ୍ସେଲ ରିଅର କ୍ୟାମେରା ସହ 8 ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ କ୍ୟାମେରା ଓ 2 ମେଗାପିକ୍ସେଲ ମାକ୍ରୋ କ୍ୟାମେରା ରହିଛି । ଏହାର ଫ୍ରଣ୍ଟରେ ରହିଛି ୧୩ ମେଗାପିକ୍ସେଲର ସେଲଫି କ୍ୟାମେରା । ଏହାସହ 5000 mAh ବ୍ୟାଟେରୀ ବେକଅପ ସହ 33 ଓ୍ଵାଟର ଚାର୍ଜିଂ ସପୋର୍ଟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.