Apple ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବିଦା କଲା, ଜଣାଇଲା ଏହି ବଡ଼ କାରଣ…ଜାଣନ୍ତୁ କ’ଣ

ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଭଳି ପରିସ୍ଥିତି ଧୀରେ ଧୀରେ ଉପୁଜିବା ଆରମ୍ଭ କଲାଣି। ଦୁନିଆର ଅନେକ ବଡ଼ ତଥା ଜଣାଣୁଣା କମ୍ପାନୀ ନିଜର ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଲେଣି। ଏବେ ଛଟେଇ କରୁଥିବା କମ୍ପାନୀ ତାଲିକାରେ ଯୋଡ଼ି ହୋଇଛି ‘Apple’ର ନାମ। ଏହା ବିଶ୍ୱର ଦ୍ୱିତୀୟ ସବୁଠାରୁ ମୂଲ୍ୟବାନ କମ୍ପାନୀ। Apple ମଧ୍ୟ ଶହ ଶହ ସଂଖ୍ୟାରେ ନିଜ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି।

ଆମେରିକାର ଖ୍ୟାତନାମା ଟେକ୍ନୋଲୋଜି କମ୍ପାନୀ ‘Apple’ ଗତ ସପ୍ତାହେ ଭିତରେ ପାଖାପାଖି ୧୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏଥି ସହିତ କମ୍ପାନୀ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରି ଦେଇଛି।

କମ୍ପାନୀର କହିବା ହେଲା, କମ୍ପାନୀ ଖର୍ଚ୍ଚ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି। ବ୍ଲୁମ୍‌ବର୍ଗର ଏକ ରିପୋର୍ଟରୁ ଏହି ଖବର ସାମ୍ନାକୁ ଆସିଛି। ତେବେ ଚାକିରିରୁ ବାହାର କରିବା ପରେ Apple ଏ ନେଇ ନିଜର ପ୍ରତିକ୍ରିୟା ମଧ୍ୟ ଜାହିର କରିଛି। କମ୍ପାନୀ କହିଛି କି, ବର୍ତ୍ତମାନ କମ୍ପାନୀକୁ ନିଜ ବିଜନେସ୍‌ରେ ପରିବର୍ତ୍ତନ କରିବାର ଆବଶ୍ୟକ ରହିଛି। ଏହି କାରଣରୁ କର୍ମଚାରୀମାନଙ୍କୁ ବାହାର କରାଯାଉଛି।

କହି ରଖୁଛୁ, ବିଗତ ଦିନରେ ମଧ୍ୟ ଦୁନିଆର ଅନେକ ବଡ଼ କମ୍ପାନୀ ବୃହତ୍‌ ସଂଖ୍ୟାରେ କର୍ମଚାରୀ ଛଟେଇ କରିଥିବା ଖବର ସାମ୍ନାକୁ ଆସି ସାରିଛି। ସେମାନଙ୍କ ମଧ୍ୟରେ ଫେସ୍‌ବୁକ ମେଟା, ମାଇକ୍ରୋସଫ୍ଟ, ଓ୍ଵାଲମାର୍ଟ, ଟେସ୍‌ଲା, ଆମାଜନ ଓ ଓରାକଲ୍‌ ଭଳି କମ୍ପାନୀଗୁଡ଼ିକଙ୍କ ନାମ ସାମିଲ ରହିଛି।

ସେପଟେ ଗୁଗଲରେ କାମ କରୁଥିବା କର୍ମଚାରୀଙ୍କ ସ୍ଥିତି ବର୍ତ୍ତମାନ ସୂତା ଖିଅରେ ଝୁଲୁଛି। ମିଡିଆ ରିପୋର୍ଟ ମୁତାବକ, ଗୁଗଲ ଅଫିସିଆଲି ଭାବେ ନିଜ କର୍ମଚାରୀମାନଙ୍କୁ ଚେତାବନୀ ଜାରି କରି କହିଛି ଯେ ଯଦି କମ୍ପାନୀ ପାଇଁ ଭଲ ରେଜଲ୍ଟ ମିଳୁନାହିଁ, ତା’ ହେଲେ ସେମାନେ ଛଟେଇ ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ଚଳିତ ମାସ ପ୍ରାରମ୍ଭରେ ଗୁଗଲ ସିଇଓ ସୁନ୍ଦର ପିଚାଇ କହିଥିଲେ କି, ସେ କର୍ମଚାରୀମାନଙ୍କ କାମରେ ସନ୍ତୁଷ୍ଟ ନାହାନ୍ତି।

ଗୁଗଲ କ୍ଲାଉଡ୍‌ ସେଲ୍ସ ଡିପାର୍ଟମେଣ୍ଟରେ କାମ କରୁଥିବା କର୍ମଚାରୀମାନଙ୍କ ଅନୁସାରେ, ସେମାନଙ୍କ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ କମ୍ପାନୀ ସମସ୍ତ ସେଲ୍ସ ପ୍ରଡକ୍ଟିଭିଟିର ସମୀକ୍ଷା କରିବ ଏବଂ ଯଦି ଆଗାମୀ ତ୍ରୟୋମାସର ପରିଣାମ ଭଲ ନ ଦେଖିବ, ତା’ ହେଲେ କର୍ମଚାରୀମାନଙ୍କ ପାଇଁ ସମସ୍ୟା ବଢ଼ିପାରେ। ଏହି ଚେତାବନୀ ପରେ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.