ଭାରତରେ ଆରମ୍ଭ ହେଲା Apple iPhone 11ର ଉତ୍ପାଦନ, ଚେନ୍ନାଇରେ ହେଲା ମାନୁଫାକଚରିଂ

Apple iPhone ଭାରତରେ ଉତ୍ପାଦନ ନେଇ ବହୁତ ଦିନରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଭାରତୀୟଙ୍କ ଖୁସି ଖବର। ଆମେରିକୀୟ କମ୍ପାନୀ ଆପଲ୍ ଭାରତରେ ଏହାର ଫ୍ଲାଗସିପ୍ ସିରିଜ୍ iPhone 11 ର ଉତ୍ପାଦନ ଆରମ୍ଭ କରିଛି | ଚେନ୍ନାଇ ନିକଟ ଫକ୍ସକନ୍ ପ୍ଲାଣ୍ଟରେ iPhone 11 ନିର୍ମାଣ କରାଯାଉଛି | ତେବେ ଆପଲ୍ ଭାରତରେ ଆଇଫୋନ୍ ତିଆରି କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ, ଆପଲ୍ ଫକ୍ସକନ୍ ଏବଂ ବିଷ୍ଟୋନ ପ୍ଲାଣ୍ଟରେ ଆଇଫୋନ୍ ଏକ୍ସଆର ଉତ୍ପାଦନ କରିଛି, କିନ୍ତୁ ଏହା ସତ୍ତ୍ୱେ ଏହାର ମୂଲ୍ୟରେ କୌଣସି ହ୍ରାସ ଘଟିନଥିଲା। କିନ୍ତୁ ଏବେ ଏହାର ମୂଲ୍ୟ କମ୍‌ ହୋଇପାରେ ବୋଲିି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏହା ଘୋଷଣା କରିଛନ୍ତି।

ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ମେକ୍ ଇନ୍ ଇଣ୍ଡିଆ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଉତ୍ସ। ଆପଲ୍ ଭାରତରେ ଆଇଫୋନ୍ ୧୧ ତିଆରି କରିବା ଆରମ୍ଭ କରିଛି, ପ୍ରଥମ ଥର ପାଇଁ ଆପଲ୍ ଭାରତରେ ଫ୍ଲାଗସିପ୍ ସିରିଜକୁ ନିର୍ମାଣ କରୁଛି ‘ |

iphone11-1-7

ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଆଗାମୀ ସମୟରେ ଭାରତରେ iPhone 11 ତିଆରି କରି ଅନ୍ୟ ଦେଶକୁ ରପ୍ତାନି ମଧ୍ୟ କରିବ | ଭାରତରେ ଆଇଫୋନ୍ ନିର୍ମାଣ ହେତୁ କମ୍ପାନୀ ୨୨% ଆମଦାନି ଶୁଳ୍କ ସଞ୍ଚୟ କରିପାରିବ ଏବଂ ଭାରତରେ କମ୍ ମୂଲ୍ୟରେ iPhone 11 ମଧ୍ୟ ବିକ୍ରି କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.