ଏଥର ଲଞ୍ଚ ହେବ iPhone 15 Pro Max, ନୂଆ ଲୁକ ସହ ବଢ଼ିଆ ଫିଚର୍ସ କରିଦେବ ସମସ୍ତଙ୍କୁ ଦିଓ୍ଵାନା

ଆସୁଛି ସବୁଠୁ ପାଓ୍ଵାରଫୁଲ iPhone। ଏକ ନୂଆ ଲୁକ ଓ ଦମଦାର ଫିଚର୍ସରେ ମାର୍କେଟକୁ ଆସିବ iPhone 15 Pro Max। ଆସୁଥିବା ନୂଆ ମଡେଲରେ ଡିଜାଇନକୁ ନେଇ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। 

ଆପଲ୍‌ ଚଳିତ ବର୍ଷ ଆଇଫୋନ ୧୫ ସିରିଜକୁ ଲଞ୍ଚ କରିବାକୁ ଯାଉଛି। ଏକ ନୂଆ ଲୁକ ଓ ଦମଦାର ଫିଚର୍ସରେ ଏହା ମାର୍କେଟକୁ ଆସିବ। ଗତ ତିିନି ବର୍ଷ ହେଲା କମ୍ପାନୀ ଫୋନ ମଡେଲରେ କିଛି ପରିବର୍ତ୍ତନ କରିନଥିବା ବେଳେ ଚଳିତ ଥର ଡିଜାଇନକୁ ନେଇ ଅନେକ ଆଶା ରହିଛି।

ଆପଲ୍‌ ସବୁବର୍ଷ ନିଜର ନୂଆ ଆଇଫୋନ ସିରିଜକୁ ଲଞ୍ଚ କରିଥାଏ। କମ୍ପାନୀ ୨୦୨୨ରେ ଆଇଫୋନ ୧୪ ସିରିଜର ଲଞ୍ଚିଂ କରିଥିଲା। ଏବେ ୨୦୨୩ରେ ଆଇଫୋନ ୧୫ ସିରିଜକୁ ଲଞ୍ଚ କରାଯିବ। ଯାହାକୁ ନେଇ ଅନେକ କିଛି ଖବର ସାମ୍ନାକୁ ଆସିଛି। ଆସୁଥିବା ନୂଆ ମଡେଲରେ ଡିଜାଇନକୁ ନେଇ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। କୁହାଯାଉଛି ଯେ କମ୍ପାନୀ ଗତ ୩ ବର୍ଷରେ ଡିଜାଇନରେ କିିଛି ପରିବର୍ତ୍ତନ କରିନାହାିଁ

ସୂଚନା ଅନୂଯାୟୀ ଆଇଫୋନ ୧୫ ପ୍ରୋ ମାକ୍ସ ଖୁବ ଶୀଘ୍ର ଲଞ୍ଚ ହେବ। ଆଉ ଏହା ସାମସଙ୍ଗର ପ୍ୟାନେଲ ସହ ସାମ୍ନାକୁ ଆସିପାରେ। ଏହାର ବ୍ରାଇଟନେସ୍‌ 2,500nits ପର୍ଯ୍ୟନ୍ତ ରହିଛି। ଏହା ବ୍ରାଇଟନେସ୍‌ ମାମଲାରେ ଅନ୍ୟାନ୍ୟା ବଡ଼ ବଡ଼ ସ୍ମାର୍ଟଫୋନକୁ ଜୋରଦାର ଟକ୍କର ଦେବ। ଏହି ଲିଷ୍ଟରେ Galaxy S23 ଲାଇନଅପ୍‌ ରହିଛି।

ଏମିତି ଶୁଣିବାକୁ ମିଳିଛି ଯେ ଏହା ଗାଲେକ୍ସି ଏସ୍‌ ୨୩ ମଡେଲକୁ ପଛରେ ପକାଇ ଦେବ। ସାମସଙ୍ଗର ଏହି ମଡେଲରେ ୧୭୫୦ ନିଟ୍ସ ବ୍ରାଇଟନେସ୍‌ ରହିଛି। ଆଇଫୋନ ୧୪ ପ୍ରୋ ଓ ପ୍ରୋ ମାକ୍ସରେ ଏକ ଆଉଟଡୋର ମୋଡ୍‌ ରେ ୨୦୦୦ ନିଟ୍ସ ରହିଛି। କିନ୍ତୁ ୧୦୦୦ ନିଟ୍ସ ଘର ମଧ୍ୟରେ ଆଉ ଏଚଡ଼ିଆର କଣ୍ଟେଟ ପାଇଁ ୧୬୦୦ ନିଟ୍ସ ଯାଏ ସୀମିତ ରହିଛି।

ଫୋନର ଡିସପ୍ଲେରେ ଏକ ବଡ଼ ପରିବର୍ତ୍ତନ ହେବ। ବ୍ଲୁମର୍ଗ ର ମାର୍କ ଗୁରମେନ ଙ୍କ କହିବା ଅନୁସାରେ ଆସନ୍ତା ବର୍ଷ ମାନେ ୨୦୨୪ ରେ ପ୍ରୋ ମାକ୍ସ ମଡେଲ ସ୍ଥାନରେ ଅଲଟ୍ରା ମଡେଲ ରହିବ। କିନ୍ତୁ ଚଳିତ ବର୍ଷ ୨୦୨୩ରେ iPhone pro max ଆସିବ। ShrimpApplePro ଏହି ଫୋନର ନାମ ସହିତ ଡିଟେଲରେ କିଛି ତଥ୍ୟକୁ ସେୟାର କରିଛି। ଆଇଫୋନ ୧୫ ମଡେଲ ଏକ ଡାଇନାମିକ ଆଇଲ୍ୟାଣ୍ଡରେ ପରିଣତ କରାଯିବ। ଏଥିରେ ଆପଲ ଓ୍ଵାଚ ଭଳି ବଢ଼ିଆ ସ୍କ୍ରିନ ରହିବ। ଏହାବ୍ୟତିତ ଏଥିରେ ପ୍ରୋ ମଡେଲ ସଲିଡ଼ ଷ୍ଟେଟ ଭଲ୍ୟୁମ ଓ ପାଓ୍ଵର ବଟନ ରହିବ। ShrimpAppleProର ଶାନଦାର ଟ୍ରାକ ରେକର୍ଡ ରହିଛି। ୟୁଜର୍ସଙ୍କ ମନ କୁ ସବୁବେଳେ ଜିିତିଆସିଛିି। ଏଥିରୁ ମିଳୁଥିବା ସବୁ ତଥ୍ୟ ସଠିକ ପ୍ରମାଣିତ ହୋଇଛି ।

ଏଥିରେ ଏ୧୭ ବାୟୋନିକ ଚିପସେଟ ରହିବ। ଭଲ ଷ୍ଟୋରେଜ କ୍ଷମତା ସହିତ ମଲ୍ଟିଟାସ୍କିଂ ଫିଚର୍ସ ରହିବ। ଏଥିରେ ଫିଜିକାଲ ବଟନ ନରହିପାରେ କିନ୍ତୁ ଏଥିରେ ସଲିଡ଼ ଷ୍ଟେଟ ବଟନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.