ଖୁବଶୀଘ୍ର ଆଇଫୋନରେ ଆସିବ Gemini AI, ଗୁଗଲ ସହ ଡିଲ୍‌ କରିବ ଆପଲ୍‌

ରିପୋର୍ଟ ଅନୁସାରେ ଆପଲ୍ ଆଗାମୀ ଆଇଫୋନ୍ ଆଇଓଏସ୍ 18ରେ ଅନେକ ଫିଚର୍ସ ଆଣିବା ପାଇଁ କାମ କରୁଛି । ଜେନେରେଟିଭ୍ AI ଫିଚର ଦ୍ୱାରା ଇମେଜ୍‌ କ୍ରିଏଟ କରିବା ଠାରୁ ଆରମ୍ଭ କରି କଣ୍ଟେଟ୍‌ କ୍ରିଏଟ୍‌ କରିହେବ ।

ଖୁବଶୀଘ୍ର ଆପଲ୍‌ ଏବଂ ଗୁଗଲ ମଧ୍ୟରେ ଏକ ବଡ଼ ଡିଲ୍‌ ହେବାକୁ ଯାଉଛି । ଆପଲ୍‌ ନିଜ ଆଇଫୋନରେ ଗୁଗଲର Gemini AI ଇଞ୍ଜିନ୍‌ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେଉଛି । ଆପଲ୍‌ ନିଜ ୟୁଜରମାନଙ୍କ ପାଇଁ ଏହି ସୁବିଧା ଆଣିବାକୁ ଯାଉଛି । ଆପଲ୍ ଏହାର ମଡେଲ୍ ବ୍ୟବହାର କରିବା ପାଇଁ ମାଇକ୍ରୋସଫ୍ଟ ସପୋର୍ଟର OpenAI ସହିତ ମଧ୍ୟ ଆଲୋଚନା କରିଛି ।

ରିପୋର୍ଟ ଅନୁସାରେ ଆପଲ୍ ଆଗାମୀ ଆଇଫୋନ୍ ଆଇଓଏସ୍ 18ରେ ଅନେକ ଫିଚର୍ସ ଆଣିବା ପାଇଁ କାମ କରୁଛି । ଜେନେରେଟିଭ୍ AI ଫିଚର ଦ୍ୱାରା ଇମେଜ୍‌ କ୍ରିଏଟ କରିବା ଠାରୁ ଆରମ୍ଭ କରି କଣ୍ଟେଟ୍‌ କ୍ରିଏଟ୍‌ କରିହେବ ।

ସୂଚନା ଥାଉ କିAI ଟେକ୍ନୋଲୋଜି ମାମଲାରେ ଗୁଗଲ, ସାମସଙ୍ଗ, ମାଇକ୍ରୋସଫ୍ଟ ଏବଂ OpenAI ଭଳି ଅନେକ କମ୍ପାନୀ ଆଗକୁ ଯାଇ ସାରିଛନ୍ତି । ତେବେ ଚଳିତ ବର୍ଷ ଫେବୃଆରୀ ମାସରେ ଆପଲ୍ ସିଇଓ ଟିମ୍ କୁକ୍ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ତାଙ୍କ କମ୍ପାନୀ ଚଳିତ ବର୍ଷ ଶେଷରେ Gen-AI ଫିଚର ଲଞ୍ଚ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.