ମହାରାଷ୍ଟ୍ର ଗଢଚରୋଲିରେ ଏନକାଉଣ୍ଟର, ୪ ନକ୍ସଲ ନିହତ

ମହାରାଷ୍ଟ୍ର ଗଢ଼ଚିରୋଲି ଜିଲ୍ଲାରେ ଚାରି ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ନିହତ ହୋଇଥିବା ଚାରି ନକ୍ସଲଙ୍କୁ ଧରାଇଦେବାକୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର ।

ମହାରାଷ୍ଟ୍ର ଗଢ଼ଚିରୋଲି ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି । ଏଥିରେ ଚାରି ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ନିହତ ହୋଇଥିବା ଚାରି ନକ୍ସଲଙ୍କୁ ଧରାଇଦେବାକୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ପୋଲିସ ସ୍ପେଶାଲ ସି-୬୦ କମାଣ୍ଡୋ ଏବଂ ସିଆରପିଏଫ କମାଣ୍ଡୋ ଜଙ୍ଗଲରେ ଅପରେସନ କରିଥିଲେ ।

ଗଢ଼ଚିରୋଲି ଏସପିଙ୍କ ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ହମଲା କରିବା ଉଦ୍ଦେଶ୍ୟରେ ତେଲଙ୍ଗାନାରୁ କିଛି ନକ୍ସଲମାନେ ଗଢ଼ଚିରୋଲିରେ ପ୍ରବେଶ କରିଥିଲେ । ଏନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିଲା । ମହାରାଷ୍ଟ୍ର ପୋଲିସ ସ୍ପେଶାଲ ସି-୬୦ କମାଣ୍ଡୋ ଏବଂ ସିଆରପିଏଫ କମାଣ୍ଡୋ ଜଙ୍ଗଲରେ ଅପରେସନ କରିଥିଲେ । ଦୀର୍ଘ ସମୟଧରି ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହାପରେ ପୋଲିସ ଘଟଣା ସ୍ଥଳରୁ ୪ ଜଣ

ନକ୍ସଲଙ୍କ ମୃତଦେହ ଜବତ କରିଥିଲା । ଘଟଣା ସ୍ଥଳରୁ ପୋଲିସ ନକ୍ସଲମାନଙ୍କ ପାଖକରୁ ଏକେ ୪୭କାର୍ବାଇନ୍, ଦୁଇଟି ପିସ୍ତଲ ଅନେକ ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରିଥିଲା । ଏହି ଚାରିଜଣ ନକ୍ସଲଙ୍କ ଉପରେ ୩୬ ଲକ୍ଷ ଟଙ୍କାର ପୁରସ୍କାର ସାମଗ୍ରୀ ରହିଥିଲା । ଗଢଚରୋଲି ମହାରାଷ୍ଟ୍ରର ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ନକ୍ସଲିର ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.