ଆସନ୍ତା ସପ୍ତାହରେ ଲଞ୍ଚ ହେବାକୁ ଯାଉଛି Asus ର ସବୁଠାରୁ ଶକ୍ତିଶାଳୀ ସ୍ମାର୍ଟଫୋନ୍, ଜାଣନ୍ତୁ ଏହାର ଫିଚର୍

ଆପଣ ଯଦି କୌଣସି ସ୍ମାର୍ଟଫୋନ୍ କିଣି ବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର। କାରଣ ଆଗାମୀ ସପ୍ତାହରେ ଲଞ୍ଚ ହେବାକୁ ଯାଉଛି Asus ର Asus ROG Phone 6 ଏବଂ ROG Phone 6 ପ୍ରୋ ସ୍ନାପଡ୍ରାଗନ୍ 8+ ଜେନ 1 ପ୍ରୋସେସର୍ ସହିତ ଭାରତରେ ଲଞ୍ଚ ହେବ ଏହି ଫୋନ୍। ଯାହା ବର୍ତ୍ତମାନ ଦୁନିଆର ସବୁଠାରୁ ଶକ୍ତିଶାଳୀ ବା ପାୱରଫୁଲ୍ ଆଣ୍ଡ୍ରଏଡ୍ ପ୍ରୋସେସର୍।

ଆସସ୍ ROG ଫୋନ୍ 6 ଏବଂ ROG ଫୋନ୍ 6 ପ୍ରୋର ଫିଚର୍ ମଧ୍ୟ ଦମଦାର ରହିଛି। ଯେଉଁଥିପାଇଁ Asus ଏହାର ଦୁଇଟି ଶକ୍ତିଶାଳୀ ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ହିଁ ମାର୍କେଟରେ ଲଞ୍ଚ କରିବା।ଏହା ଆସନ୍ତା ସପ୍ତାହ ଅର୍ଥାତ୍ ଜୁଲାଇ ୫ ରେ ଭାରତରେ ଲଞ୍ଚ ହେବାକୁ ଯାଉଛି। ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କମ୍ପାନୀ ଏହି ଦୁଇଟି ଫୋନର ଟିଜର ମଧ୍ୟ ରିଲିଜ୍ କରିଛି। ଆସସ୍ ROG ଫୋନ୍ 6 ଏବଂ ROG ଫୋନ୍ 6 ପ୍ରୋ ସ୍ନାପଡ୍ରାଗନ୍ 8+ ଜେନ 1 ପ୍ରୋସେସର୍ ସହିତ ଭାରତରେ ଲଞ୍ଚ ହେବ, ଯାହା ବର୍ତ୍ତମାନ ଦୁନିଆର ସବୁଠାରୁ ଶକ୍ତିଶାଳୀ ଆଣ୍ଡ୍ରଏଡ୍।

phone
PC – Asus

ଆସସ୍ ROG ଫୋନ୍ 6 ଏବଂ ROG ଫୋନ୍ 6 ପ୍ରୋ 18 ଜିବି ରାମ୍ ଏବଂ 512 ଜିବି ଷ୍ଟୋରେଜ୍ ରହିଥିବା ରିପୋର୍ଟ କରାଯାଇଛି। ଆସସ୍ ROG ଫୋନ୍ 6 ଦୁନିଆର ପ୍ରଥମ ଫୋନ୍ ହେବ ଯାହା ସ୍ନାପଡ୍ରାଗନ୍ 8+ ଜେନ 1 ପ୍ରୋସେସର ସହିତ ଲଞ୍ଚ ହେବ। Asus ROG ଫୋନ୍ 6, ROG ଫୋନ୍ 6 ପ୍ରୋ ଏକ ବଡ଼ ୱେପର ଚାମ୍ବର ପାଇବ ଯାହା ଫୋନକୁ ଥଣ୍ଡା ରଖିବ। ଏଥିମଧ୍ୟରୁ ଆସସ୍ ROG ଫୋନ୍ 6 କୁ 12 GB RAM ଏବଂ 256 GB ଷ୍ଟୋରେଜ୍ ମିଳିବ, ROG ଫୋନ୍ 6 ପ୍ରୋ 18 GB RAM ଏବଂ 512 GB ଷ୍ଟୋରେଜ୍ ସହିତ ଲଞ୍ଚ ହେବ। ଆଣ୍ଡ୍ରଏଡ୍ 12 ସହିତ ଉଭୟ ଫୋନ୍ ପ୍ରଦାନ କରାଯିବ।

ଆସସ୍ ROG ଫୋନ୍ 6 ଏବଂ ROG ଫୋନ୍ 6 ପ୍ରୋ 165Hz ର ରିଫ୍ରେସ୍ ରେଟ୍ ସହିତ ଏକ AMOLED ଡିସ୍ପ୍ଲେ ରହିଛି। 165Hz ରିଫ୍ରେସ୍ ରେଟ୍ ଡିସପ୍ଲେ ସହିତ ଲଞ୍ଚ ହୋଇଥିବା ଦୁନିଆର ଏହା ପ୍ରଥମ ଫୋନ୍ ହେବ। ଉଭୟ ଫୋନରେ ଦୁଇଟି USB ଟାଇପ୍-ସି ପୋର୍ଟ ରହିବ, ସେଥିମଧ୍ୟରୁ ଗୋଟିଏ ଚାର୍ଜିଂ ପାଇଁ ଏବଂ ଅନ୍ୟଟି ଏରୋ କୁଲର୍ ପାଇଁ ବ୍ୟବହାର କରାଯାଇପାରିବ।

ROG ଫୋନ୍ 6 ଏବଂ ROG ଫୋନ୍ 6 ପ୍ରୋ ସହିତ ତିନୋଟି ବ୍ୟାକ୍ କ୍ୟାମେରା ରହିବ, ଯେଉଁଥିରେ ପ୍ରାଇମେରୀ ଲେନ୍ସ 64 ମେଗାପିକ୍ସେଲ ହେବ। ଆସସ୍ ROG ଫୋନ୍ 6 ଏବଂ ROG ଫୋନ୍ 6 ପ୍ରୋ ସହିତ, ଆପଣ 8K ଭିଡିଓ ରେକର୍ଡିଂ କରିବାକୁ ସମର୍ଥ ହେବେ। ROG ଫୋନ୍ 5s ଏବଂ ROG ଫୋନ୍ 5 ପରି, ନୂଆ ଫୋନ୍ ଜଲ୍ଦି ଚାର୍ଜିଂ ପାଇଁ ସମର୍ଥନ ସହିତ ଏକ 6000mAh ବ୍ୟାଟେରୀ ଏଥିରେ ଅଛି। ରିଭର୍ସ ଚାର୍ଜିଂ ମଧ୍ୟ ଫୋନ୍ ସହିତ ଉପଲବ୍ଧ ହେବ। ଏହା ଆପଣ ଫ୍ଲିପକାର୍ଟରୁ ମଧ୍ୟ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.