୧୦ ଘଣ୍ଟା ବ୍ଯାଟେରୀ ବ୍ଯାକଅପ୍ ସହ ବଜାରରେ ଲଞ୍ଚ କଲା ଆସସ୍ ନୂଆ ଲାପଟପ୍

ନୂଆଦିଲ୍ଳୀ : ତାଇବାନୀ କମ୍ପାନୀ ଆସସ ମାର୍କେଟରେ ନିଜର କ୍ରୋମବୁକ୍ ୧୨ସି୨୨୩ ଲାପଟପ୍ ଲଞ୍ଚ କରିଛି। ଏହି ଡ଼ିଭାଇସରେ ଖାସୟତ୍ ହେଉଛି ଏହା ସିଙ୍ଗଲ ଚାର୍ଜରେ ୧୦ ଘଣ୍ଟା ପର୍ଯ୍ଯନ୍ତ ବ୍ଯକଅପ୍ ଦେଇଥାଏ। ଏହି ଲାପଟପ୍ ଗୁଗୁଲ ପ୍ଲେ ସପୋର୍ଟ ସହ ଆସିଥାଏ ଏବଂ ଏଥିସହ କ୍ରୋମ ଅପୋରେଟିଂ ସିଷ୍ଟମରେ ମଧ୍ୟ କାମ କରିଥାଏ। କମ୍ପାନୀ ଏବେ ଏହାର ଉପଲବ୍ଧତା ଏବଂ ମୂଲ୍ଯ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ। କିନ୍ତୁ ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି, ଆସସ୍ କ୍ରୋମ ୧୨ ସି୨୨୩ର ମୂଲ୍ଯ ପାଖାପାଖି ୨୫,୫୦୦ଟଙ୍କା ରହିଛି।

ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ ଏଥିରେ ୧୧.୬ଇଞ୍ଚ ଏଲଇଡ଼ି ବେକଲିଟ ଏଚଡ଼ି ଡ଼ିସପ୍ଲେ ରହିଛି। ଯାହାର ରିଜୋଲୁସନ୍ ୧୩୬୬x ୭୬୮ ପିକ୍ସଲ ରହିଛି। ଏଥିରେ ୧.୧GHz ଡ଼ୁଆଲ କୋର ଇଣ୍ଟଲ ସେଲେରାନ୍ ଏନ୩୩୫୦ ପ୍ରୋସେସର ରହିଛି। ଏଥିରେ ୪ଜିବି ରାମ୍ ସହ ୩୨ ଜିବି ଇନବିଲ୍ଡ ଷ୍ଟୋରେଜ୍ ସହ ରହିଛି।

କନେକ୍ଟଟଇଭିଟି ପାଇଁ ଏଥିରେ ଅଡ଼ିଓ ଜ୍ଯାକ୍ ସହ ଦୁଇ ୟୁଏସବି ଟାଇପ୍ ସି ୩.୧ ଜେନ୍ ୧ପୋର୍ଟ, ଗୋଟିଏ ୟୁଏସବି ଟାଇପ୍-ଏ ୩.୧ ଜେନ୍ ୧ପୋର୍ଟ ଏବଂ ୱାଇଫାଇ ୮୦୨.୧୧ ଏ/ବି/ଜି/ଏନ/ଏସି(୨x୨) ରହିଛି। ଏଥିସହ କମ୍ପାନି ଏଥିରେ ଏଚଡ଼ି ୱେବ କ୍ଯାମେରା ମଧ୍ୟ ଦେଇଛି।