Below header

କେଉଁ କାରଣରୁ କାରରେ ଲାଗେ ନିଆଁ ଏବଂ ଜାଣନ୍ତୁ ସେଥିରୁ ସୁରକ୍ଷିତ ରହିବାର ଉପାୟ..

ହାଇୱେ ଉପରେ ହେଉ କିମ୍ବା ରାସ୍ତାରେ ଯିବା ଆସିବା କରିବା ସମୟରେ ଆପଣ ଜଳିଯାଇଥବା କାରର ଅବଶେଷ ନିଶ୍ଚୟ ଦେଖିଥିବେ । ଏକଛୋଟ ମାମୁଲି କାରଠୁ ଆରମ୍ଭ କରି ବଡ ବଡ଼ ଲକ୍ଜୁରୀ କାର ପର୍ଯ୍ୟନ୍ତ ସବୁଥିରେ ନିଆଁ ଲାଗିବାର ଅନେକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ କାରରେ ନିଆଁ କାହିଁକି ଲାଗେ ? ଚଳନ୍ତି କାରରେ ନିଆଁ ଲାଗିବାର ଅନେକ କାରଣ ଥାଏ ଏବଂ ଏହି ଦୁର୍ଘଟଣାରୁ ନିଜକୁ ବଞ୍ଚାଇବାର ମଧ୍ୟ ଅନେକ ଉପାୟ ରହିଛି । କାର ଚଳାଇବା ସମୟରେ ହେଉ କିମ୍ବା ତା ପୂର୍ବରୁ ଯଦି କିଛି ସ୍ୱତନ୍ତ୍ର ଦିଗପ୍ରତି ଧ୍ୟାନ ଦିଆଯାଏ ତାହେଲେ ଆପଣ ଅତି ସହଜରେ ଏହିଭଳି ଦୁର୍ଘଟଣାରୁ ବଞ୍ଚି ପାରିବେ ।

କାରରେ କିପରି ଲାଗେ ନିଆଁ ?

କାରରେ ନିଆଁ ଲାଗିବାର ଅନେକ କାରଣ ରହିପାରେ । ସାଧାରଣତଃ କାରକୁ ଶସ୍ତାରେ ଚଳାଇବା ପାଇଁ ଲୋକମାନେ ଏଥିର ସିଏନଜି କିମ୍ବା ଏଲପିଜି ଲଗାଇ କାରର ବ୍ୟବହାର କରିଥାନ୍ତି । ଯାହାଦ୍ୱରା କାରରେ ନିଆଁ ଲାଗିବାର ସମ୍ଭାବନା ଅଧିକ ମାତ୍ରାରେ ବଢ଼ିଯାଇଥାଏ । ଏହା ଏଥିପାଇଁ କୁହାଯାଉଛି କାରଣ ନିଆଁ ଲାଗିବା ଘଟଣାରେ ଏହି କାର ଗୁଡିକର ସଂଖ୍ୟା ଅଧିକ ଥାଏ । ପ୍ରାୟତଃ ଆପଣ ଦେଖିଥିବେ ଯେ କାର ଚଳାଇବା ସମୟରେ ଅନେକ ଡ୍ରାଇଭର ସିଗାରେଟ ଟାଣି ଥାନ୍ତି । ଯଦି ଆପଣ ଅଟୋମେଟିକ କାର ଚଳାଉ ନାହାନ୍ତି ତାହେଲେ ଡ୍ରାଇଭିଙ୍ଗ ସମୟରେ ଆପଣଙ୍କ ଦୁଇଟି ହାତ ବ୍ୟସ୍ତ ରହିବ । ଏପରି ସ୍ଥଳେ ଯଦି ଆପଣଙ୍କ ହାତରେ ସିଗାରେଟ ରହିଛି ଓ ଆପଣ ସେହି ହାତରେ ଷ୍ଟିୟରିଂ ସମ୍ଭାଳୁଛନ୍ତି ଏବଂ ଟିକିଏ ଅନ୍ୟମନସ୍କତା କାରଣରୁ ଯଦି ଭୁଲରେ ସିଗାରେଟ ତଳକୁ ଖସି ପଡେ ତାହେଲେ ନିଆଁ ସଂଗେସଂଗେ ବ୍ୟାପିଯାଇଥାଏ । କାରଣ କାରରେ କିଛି ଏପରି ବସ୍ତୁ ରହିଛି ଯାହାଦ୍ୱାରା ନିଆଁ ତୁରନ୍ତ ବ୍ୟାପିବାର ଅଧିକ ସମ୍ଭାବନା ରହିଥାଏ । ଏହା ବ୍ୟତୀତ କିଛି ମୁଖ୍ୟ କାରଣ ରହୁଛି ଯେଉଁଥିପାଇଁ କାରରେ ତୁରନ୍ତ ନିଆଁ ଲାଗିଯାଇଥାଏ ସେଗୁଡିକ ହେଲା-
୧- ଫ୍ୟୁଜ ବାର ବାରମ୍ବାର ଉଡିଯିବା
୨- କାରର ଇଞ୍ଜିନରୁ ଅଏଲ ଲିକ୍ କରିବା
୩- କାରରେ କ୍ରାକ ଏବଂ ଲୁଜ ୱୟାର ସର୍ଟ ସର୍କିଟର କାରଣ ହୋଇପାରେ
୪- ଏକଜଷ୍ଟ ବା ସାଇଲେନ୍ସରରୁ ଜୋରସେ ଶବ୍ଦ ହେବା
୫- ଫ୍ୟୁଏଲ ଏବଂ ଅଏଲ ଲେବଲରେ ହଠାତ ପତନ ଘଟିବା
୬- ଅଏଲ ଫିଲଟରରୁ କ୍ୟାପ ହଟିଯିବା
୭- ଇଂଜିନର ତାପମାନ ଅଚାନକ ଭାବେ ବଢ଼ିଯିବା
୮- ବ୍ୟାଟେରୀ ଲିକ କରିବା ଏବଂ ଟର୍ମିନାଲରେ ସ୍ପାର୍କ କରିବା
ଯଦି ଆପଣଙ୍କ କାରରେ ମଧ୍ୟ ଏହି ସବୁ ଅସୁବିଧା ରହୁଛି ତାହେଲେ ତୁରନ୍ତ ସାବଧାନ ହୋଇଯାଆନ୍ତୁ ନଚେତ ଆପଣଙ୍କ କାରରେ ମଧ୍ୟ ଲାଗିପାରେ ନିଆଁ ।

କିପରି ରଖିବେ ନିଜକୁ ସୁରକ୍ଷିତ ?

ଏହାସହ ପଢନ୍ତୁ ଏବେ କାର ଚଲାଇବା ସମୟରେ ଖରା ପାଇଁ ଆପଣଙ୍କୁ କରିବ ନାହିଁ ହଇରାଣ, ଆଇଆଇଟି ଛାତ୍ର ପ୍ରସ୍ତୁତ କରିଛନ୍ତି ଏକ ଖାସ୍‌ ଜିନିଷ

ସବୁବେଳେ ବସିବା ପୂର୍ବରୁ ଧ୍ୟାନ ରଖନ୍ତୁ

ଆପଣ ନିଜ କାରରେ ଡ୍ରାଇଭରେ ଯାଉଥାନ୍ତୁ କିମ୍ବା କୌଣସି କ୍ୟାବ ଓ ଟ୍ୟାକ୍ସିର ବ୍ୟବହାର କରୁଥାନ୍ତୁ ସର୍ବଦା କାରରେ ସିଏନଜିର ବ୍ୟବହାରକୁ ଧ୍ୟାନରେ ରଖନ୍ତୁ । କାରଣ ଆଜିକାଲି କ୍ୟାବ ସର୍ଭିସ ଅଧିକ ମାତ୍ରାରେ ସିଏନଜିର ବ୍ୟବହାର କରୁଛନ୍ତି ଏବଂ ଏପରି କାରରେ ନିଆଁ ଲାଗିବାର ସମ୍ଭାବନା ଅଧିକ ଥାଏ । ସେଥିପାଇଁ କାରରେ ବସିବା ପୂର୍ବରୁ ଭିତରର ମାହୋଲ ବା ବାସ୍ନା ଉପରେ ଧ୍ୟାନ ଦିଅନ୍ତୁ । ଯଦି ଗ୍ୟାସ, ପେଟ୍ରୋଲ, କିମ୍ବା କିଛି ଜଳିବାର ଗନ୍ଧ ଆସୁଛି ତାହେଲେ ତୁରନ୍ତ ସେଥିରୁ ଓହ୍ଲାଇ ଯାଆନ୍ତୁ ।

ଚଳନ୍ତି କାରରେ କଣ କରିବେ

ଯଦି ଆପଣ ଚଳନ୍ତି କାରରେ ଅଛନ୍ତି ଏବଂ ଅଚାନକ ଆପଣଙ୍କୁ କିଛି ଅଜିବ ଗନ୍ଧ, ଧୂଆଁ କିମ୍ବା ଗ୍ୟାସର ବାସ୍ନା ଆସୁଛି ତାହେଲେ ତୁରନ୍ତ କାରର ଇଂଜିନକୁ ବନ୍ଦ କରିଦିଅନ୍ତୁ ଏବଂ ଡୋର ଗୁଡିକ ଖୋଲି ବାହାରକୁ ଆସିଯାଆନ୍ତୁ ।

ଅଗ୍ନିଶମ ଯନ୍ତ୍ରର ପ୍ରୟୋଗ

ଅଧିକାଂଶ ଲୋକ ଏହି କଥାକୁ ଧ୍ୟାନ ଦିଅନ୍ତି ନାହିଁ କିମ୍ବା ନିଜ କାରରେ ଅଗ୍ନିଶମ ଯନ୍ତ୍ର ରଖନ୍ତି ନାହିଁ । ଏହାକୁ ବହୁତ ବଡ଼ ଦାୟିତ୍ତ୍ୱହୀନତା କୁହାଯାଇପାରେ । ଯଦି ଆପଣଙ୍କ କାରରେ ନିଆଁ ଲାଗିଯାଉଛି ତାହେଲେ ତୁରନ୍ତ ସେଥିରୁ ଓହ୍ଲାଇ ଅଗ୍ନିଶମ ଯନ୍ତ୍ରର ବ୍ୟବହାର କରନ୍ତୁ ।

ଆଗରେ କିମ୍ବା ପଛରେ ଲାଗିଥିବା ନିଆଁ

ଯଦି କାରର ଆଗ ଭାଗରେ ବା ଇଂଜିନରୁ ଧୂଆଁ ବାହାରୁଛି ତାହେଲେ ଇଂଜିନକୁ ତୁରନ୍ତ ବନ୍ଦ କରି କାରରୁ ବାହାରକୁ ଆସି ଅଗ୍ନିଶମ ଯନ୍ତ୍ରର ବ୍ୟବହାର କରନ୍ତୁ । କିନ୍ତୁ ଯଦି କାରର ପଛ ଭାଗରେ କିମ୍ବା ଫୁଏଲ ଟ୍ୟାଙ୍କରେ ନିଆଁ ଲାଗିଛି ତାହେଲେ ତାକୁ ଲିଭାଇବାକୁ ଚେଷ୍ଟା କରନ୍ତୁ ନାହିଁ । କାରଣ କୌଣସି ସମୟରେ ବି ଏହା ବ୍ଲାଷ୍ଟ କରିବାର ସମ୍ଭାବନା ରହିଛି । ଯାହାଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ବିପଦରେ ପଡିପାରେ । ତେଣୁ ଯେତେଶୀଘ୍ର ସମ୍ଭବ ସେହି କାରଠୁ ଅନେକ ଦୂରକୁ ଚାଲି ଯାଆନ୍ତୁ ।

ଅଦରକାରୀ ଆକସେସୋରିଜ ଲଗାନ୍ତୁ ନାହିଁ

କାରରେ କେବେବି ଅଦରକାରୀ ଆକସେସୋରିଜ ଲଗାନ୍ତୁ ନାହିଁ କାରଣ ଏହା ଆପଣଙ୍କ କାରର ବ୍ୟାଟେରୀ ଉପରେ ଅଧିକ ଲୋଡ଼ ଦେଇଥାଏ ଯେଉଁ କାରଣରୁ ସର୍ଟ ସର୍କିଟ ହେବାର ସମ୍ଭାବନା ଅଧିକ ଥାଏ । ଯଦି ଏହିସବୁ ଦିଗପ୍ରତି ଆପଣ ସଚେତନତା ଅବଲମ୍ବନ କରନ୍ତି ତାହେଲେ ଜରୁରୀକାଳିନ ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ବଞ୍ଚାଇ ପାରିବେ । ଏହାସହିତ ନିଜ କାରରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ସିଟବେଲ୍ଟ କଟର ଭଳି ବସ୍ତୁ ସବୁବେଳେ କ୍ୟାରି କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.