୧୮ ଲକ୍ଷ ଟଙ୍କାର ଆଇଫୋନ ଧରି ଫେରାର ହୋଇଗଲା ଡେଲିଭରି ବଏ, BMW ଭଡାରେ ଆଣି ବୁଲୁଥିଲା ସାରା ସହର

ଆପଲର ଆଇଫୋନ୍ ଏକ ଲକ୍ଜୁରୀ ପ୍ରଡକ୍ଟ ଭାବେ ଗଣନା କରାଯାଏ । ବିଳାସପୂର୍ଣ୍ଣ ଏବଂ ମହଙ୍ଗା ହେତୁ ଆପଲ୍ ପ୍ରଡକ୍ଟ ଗୁଡିକର ଚାହିଦା ମଧ୍ୟ ଅଧିକ ଏବଂ ଚୋରି ହେବାର ଆଶଙ୍କା ରହିଥାଏ । ସୁରକ୍ଷା ଦୃଷ୍ଟିରୁ ଲୋକମାନେ ସାରା ବିଶ୍ୱରେ ଆଇଫୋନ୍ କିଣୁଥିବାବେଳେ, ଭାରତର ଅଧିକାଂଶ ଲୋକ ଦେଖାଇବା ପାଇଁ ଆଇଫୋନ୍ କିଣୁଛନ୍ତି । ତେବେ ନିକଟରେ ଆପଲର ନୂଆ ଆଇଫୋନ୍ ଉପରେ ଏକ ଡେଲିଭରି ବଏର ଲୋଭ ଆସିଗଲା ଏବଂ ସେ 18 ଲକ୍ଷ ଟଙ୍କା ମୂଲ୍ୟର ଆଇଫୋନ୍ 12 ପ୍ରୋ ମ୍ୟାକ୍ସ ନେଇ ଫେରାର ହୋଇଗଲା । ତାହେଲେ ଆସନ୍ତୁ ଜାଣିବା କ’ଣ ଥିଲା ଘଟଣା ।

12 ଲକ୍ଷ ଟଙ୍କା ମୂଲ୍ୟର ଆଇଫୋନ୍ ଚୋରି ମାମଲା ଚାଇନାରୁ ଆସିଛି । ଚାଇନାରେ, ଏକ ଡେଲିଭରି ବଏ ଆଇଫୋନ୍ 12 ପ୍ରୋ ମ୍ୟାକ୍ସର 14 ଟି ଆଇଫୋନ୍ ନେଇ ଫେରାର ହୋଇ ଯାଇଛି, ଯାହାର ମୂଲ୍ୟ ପ୍ରାୟ 18 ଲକ୍ଷ ଟଙ୍କା । ହେଲେ ଫେରାର ହେବାର କିଛି ସମୟ ପରେ ପୋଲିସ ତାକୁ ଗିରଫ କରିଛି। ସୂଚନା ଅନୁଯାୟୀ,ଡେଲିଭରି ବାଳକର ନାମ ଟାଙ୍ଗ ।

iphone 12 pro max

14 ଟି ଆଇଫୋନ୍ 12 ପ୍ରୋ ମ୍ୟାକ୍ସ ବିତରଣ କରିବାକୁ ତାଙ୍କୁ ଡେଲିଭରି ଦିଆଯାଇଥିଲା । ଏହି ଡେଲିଭରିଗୁଡିକ 14 ନଭେମ୍ବରରେ ରଖାଯାଇଥିଲା । ଅର୍ଡର ପାଇବା ପରେ ଟାଙ୍ଗ ସମସ୍ତ 14 ଆଇଫୋନ୍ 12 ପ୍ରୋ ମ୍ୟାକ୍ସ ପାଇଁ ଅର୍ଡର ବାତିଲ କରିଥିଲା । କିନ୍ତୁ ସେ ଫୋନ୍ ଫେରସ୍ତ କରିନଥିଲା। ରିପୋର୍ଟ ଅନୁଯାୟୀ, ଟାଙ୍ଗ ତା’ର ଜଣେ ବନ୍ଧୁଙ୍କ ଠାରୁ ଆଣିଥିବା ଋଣ ପରିଶୋଧ ପାଇଁ ଆଇଫୋନ୍ 12 ପ୍ରୋ ମ୍ୟାକ୍ସର ଏକ ଫୋନ୍‌ ତାଙ୍କୁ ଦେଇଥିଲା । ଏହା ବ୍ୟତୀତ ସେ କେତେକ ଦୋକାନରେ 3ଟି ଫୋନ ମଧ୍ୟ ବିକ୍ରି କରିଥିଲା ।

ଅଳ୍ପ କିଛି ଆଇଫୋନ୍ ବିକ୍ରୟ କରିବା ପରେ ଟାଙ୍ଗ ଏକ ବିଏମଡବ୍ଲୁ କାର ଭଡା କରି ବୁଲିବାକୁ ଚାଲିଯାଇଥିଲା । ଏମିତିକି ସେ କାରର ଭଡା ବାବଦରେ ପ୍ରତିଦିନ 600 ଚାଇନିଜ୍ ୟୁଆନ୍ ଅର୍ଥାତ୍ ପ୍ରାୟ 6,772 ଟଙ୍କା ପ୍ରଦାନ କରୁଥିଲା । ଟାଙ୍ଗ୍ ମଧ୍ୟ ନିଜ ପାଇଁ କିଛି ଦାମୀ ପୋଷାକ କିଣିଥିଲା । ତେବେ ମାତ୍ର ଦୁଇ ଚାରି ଦିନ ମଧ୍ୟରେ ଟାଙ୍ଗ ର ସୁଖର ଦିନ ସମାପ୍ତ ହୋଇଥିଲା । ସେ ପୋଲିସ ହାତରେ ଧରା ପଡ଼ି ହାଜତକୁ ଯାଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.