Below header

ଖୁବ ଶୀଘ୍ର Whats app ଆଣୁଛି ନୂଆ ଫିଚର, ଏଣିକି ଭିଡିଓକୁ ବି କରାଯାଇ ପାରିବ ଏଡିଟ୍‌

ଲକ ଡାଉନ ଆରମ୍ଭ ହେବା ପରଠାରୁ ହିଁ Whats App କ୍ରମାଗତ ଭାବେ ନୂଆ ନୂଆ ଫିଚର ମାନ ଲଂଚ କରିବାରେ ଲାଗିଛି । ଏହି ନିକଟରେ ହିଁ କମ୍ପାନୀ ନିଜ ବହୁ ପ୍ରତିକ୍ଷିତ ଫିଚର whatsapp pay ଭାରତୀୟ ବଜାରରେ ଲଞ୍ଚ କରିଥିଲା । ଏହା ବାଦ ନିକଟରେ ହିଁ କମ୍ପାନୀ ତରଫରୁ Disappearing Messages ଫିଚର ବିଶ୍ୱସ୍ତରରେ ଲଞ୍ଚ କରାଯାଇଥିଲା । ଏହି ଫିଚର କାର୍ଯ୍ୟକାରୀ ହେବା ପରେ ୟୁଜରଙ୍କ ଦ୍ୱାରା ପଠା ଯାଇଥିବା ମେସେଜ ମାତ୍ର ୭ ଦିନ ଭିତରେ ଆପେ ଆପେ ଡିଲିଟ ହୋଇଯିବ ।

whats app

ଏବେ ନିଜ ଭିଡିଓ ଫାଇଲ ଡିଲିଟ କରିବା ବା ଏଡ଼ିଟ ଫିଚର ଉପରେ କାମ ଆରମ୍ଭ କରିଛି Whatsapp କମ୍ପାନୀ । ନୂଆ ଅପଡ଼େଟ ଜାରି ହେବା ପରେ ଆପଣ whatsapp ଜରିଆରେ ଭିଡିଓ ପଠାଇବା ପୂର୍ବରୁ ୟୁଜର ମାନେ ଏଡିଟ କରି ସେଥିରେ ଥିବା ସାଉଣ୍ଡକୁ ମ୍ୟୁଟ କରି ଦେଇପାରିବେ । ଅର୍ଥାତ କାହାରିକୁ ଭିଡିଓ ପଠାଇବା ପୂର୍ବରୁ ତାକୁ ମ୍ୟୁଟ କରାଯାଇପାରିବ । ଆଉ ଏହି ଫିଚରର ବ୍ୟବହାର whatsapp ସ୍ଟାଟସରେ ବି କରାଯାଇପାରିବ ।

WA BetaInfo ତରଫରୁ ପ୍ରଥମେ ଏବାବଦରେ ସୂଚନା ଦିଆଯାଇଥିବା ବେଳେ ଏକ ସ୍କ୍ରିନସଟ ସେୟାର କରାଯାଇଛି । ଯେଉଁଥିରେ ଏକ ସ୍ପିକର ଆଇକନ ବି ଦେଖାଯାଇଛି । ଭିଡିଓ ପଠାଇବା ପୂର୍ବରୁ ଏହି ସ୍ପିକର ଆଇକନରେ କ୍ଲିକ କରି ଭିଡିଓକୁ ମ୍ୟୁଟ କରାଯାଇ ପାରିବ । କହିରଖିବା ଉଚିତ ହେବଯେ, ଏହି ନୂଆ ଫିଚର ବିଟା ଭର୍ଜନ ଜରିଆରେ ହିଁ କାର୍ଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.