Below header

ଲଞ୍ଚ ହେଲା ନୂଆ ସ୍ମାର୍ଟୱାଚ୍ କ୍ରସବିଟ୍ସ,, ଏହାର ମୂଲ୍ୟ ୨,୦୦୦ ରୁ କମ୍

ମାର୍କେଟରେ ଲଞ୍ଚ ହୋଇଛି ନୂଆ ସ୍ମାର୍ଟୱାଚ୍ କ୍ରସବିଟ୍ସ। ଏହା ସହିତ ଏକ୍ସପ୍ଲୋର ଆପ୍ ମଧ୍ୟ ଲଞ୍ଚ ହୋଇଛି, ଯାହା ମେଡ ଇନ୍ ଇଣ୍ଡିଆ ଆପ୍ । କମ୍ପାନୀର ଦାବି ଅନୁଯାୟୀ, କ୍ରସବିଟ୍ସ ଇଗ୍ନାଇଟ୍ ଲାଇଟ ହେଉଛି ଏହାର ସେଗମେଣ୍ଟରେ ହାଲୁକା ସ୍ମାର୍ଟ ୱାଚ। ଭାରତରେ କ୍ରସବିଟ୍ସ ଇଗ୍ନାଇଟ୍ ଲାଇଟ ସ୍ମାର୍ଟ ୱାଚ୍ ଲଞ୍ଚ କରାଯାଇଛି । କ୍ରସବିଟ୍ସ ଇଗ୍ନାଇଟ୍ ଲାଇଟରେ 1.69-ଇଞ୍ଚ ଡିସ୍ପ୍ଲେ ରହିଛି। ଡିସପ୍ଲେରେ 2.5D କ୍ୱାଡ ଗ୍ଲାସ୍ ମଧ୍ୟ ଅଛି। କମ୍ପାନୀର ଦାବି ଅନୁଯାୟୀ, କ୍ରସବିଟ୍ସ ଇଗ୍ନାଇଟ୍ ଲାଇଟ ହେଉଛି ଏହାର ସେଗମେଣ୍ଟରେ ହାଲୁକା ସ୍ମାର୍ଟ ୱାଚ୍ ।

କ୍ରସବିଟ୍ସ ଇଗ୍ନାଇଟ୍ ଲାଇଟ ମୂଲ୍ୟ ଏବଂ ଫିଚର୍ ବିଷୟରେ କହିବାକୁ ଗଲେ ଏହା ମଧ୍ୟ ଭଲ ରହିଛି। କ୍ରସବିଟ୍ସ ଇଗ୍ନାଇଟ୍ ଲାଇଟର ମୂଲ୍ୟ ୧ ହଜାର ୯୯୯ ଟଙ୍କା ରହିଛି ଏବଂ ଏହାକୁ କ୍ରସବିଟ୍ସର ଅଫିସିଆଲ୍ ୱେବସାଇଟରୁ କ୍ରୟ କରାଯାଇପାରିବ। କ୍ରସବିଟ୍ସ ଇଗ୍ନାଇଟ୍ ଲାଇଟ କାର୍ବନ ବ୍ଲାକ୍, ସଫାୟର ବ୍ଲୁ ଏବଂ ଜେନିଥ୍ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେବ।

ଏହାର ଫୁଲ୍ ଫିଚର୍ ବିଷୟରେ କହିବାକୁ ଗଲେ,ଏଥିରେ ମଲ୍ଟି ସ୍ପୋର୍ଟସ୍ ମୋଡ୍ ସହିତ ସ୍ଲିପ ଟ୍ରାକିଂ ମୋଡ୍ ରହିଛି। ଯାହାର ଡାଟା ୭ ଦିନ ପାଇଁ ସେଭ୍ ରହେ। ଏଥିରେ ବ୍ଲଡ ଅକ୍ସିଜେନ୍ ଟ୍ରାକ୍ କରିବା ପାଇଁ SpO2 ସେନସର ମଧ୍ୟ ରହିଛି। ଏହି ଘଣ୍ଟା ୨୪ ଘଣ୍ଟା ପାଇଁ ହାର୍ଟ ବିଟ୍ ଟ୍ରାକ୍ କରିପାରିବ। ଏହି ଏଣ୍ଟ୍ରି ଲେଭେଲ୍ ସ୍ମାର୍ଟ ୱାଚ୍ ଜଳ ପ୍ରତିରୋଧକ ଓ ଏହା IP68 ରେଟିଂ ପାଇଛି ଏବଂ ଏହାର ବ୍ୟାଟେରୀ ୧୫ ଦିନର ବ୍ୟାକଅପ୍ ରହିଛି ବୋଲି ଦାବି କରାଯାଇଛି। ଏହି ଘଣ୍ଟାରେ ଦମଦାର ଫିଚର୍ ରହିଛି ଯାହା ପାଇଁ ଆପଣ ଯଦି ସ୍ମାର୍ଟ୍ ୱାଚ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଘଣ୍ଟାକୁ କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.