ଲୁଣଠାରୁ ଆରମ୍ଭ କରି ଛୁଞ୍ଚି…କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ ଏହି ସବୁ ଜିନିଷ; ନଚେତ୍‌ ପଡ଼ିଯିବ ଆର୍ଥିକ ସଙ୍କଟ

କେବେ କେବେ ଆମେ ଏମିତି କିଛି ଜିନିଷ ମାଗଣା କିମ୍ବା ଉପହାରରେ ନେଇଥାଉ, ଯାହାର ପ୍ରଭାବ ଜ୍ୟୋତିଷ ଶାସ୍ତ୍ରରେ ଠିକ୍‌ ବୋଲି ଦର୍ଶାଯାଇ ନାହିଁ। ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ, ମନୁଷ୍ୟ ଜୀବନରେ ଗ୍ରହମାନଙ୍କର ଅନେକ ପ୍ରଭାବ ପଡିଥାଏ। ଲୋକମାନଙ୍କୁ ମାଗଣାରେ ମିଳୁଥିବା ଜିନିଷଗୁଡ଼ିକ ପ୍ରତି ଅଧିକ ଲୋଭ ରହିଥାଏ। ମାଗଣାରେ ପାଇଲେ ସେମାନେ ଖୁସି ମଧ୍ୟ ହୋଇ ଯାଆନ୍ତି, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ମୁତାବକ, ମାଗଣାରେ ମିଳୁଥିବା ଜିନିଷଗୁଡ଼ିକ କେବେ ବି ଆପଣଙ୍କ ଗ୍ରହ ସହିତ ମେଳ ଖାଏ ନାହିଁ ଏବଂ ଏଗୁଡ଼ିକର ଆପଣଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା, ମାଗଣାରେ କେଉଁ ଜିନିଷଗୁଡ଼ିକୁ ଆମେ ଅନ୍ୟଠାରୁ ନେବା ଉଚିତ୍ ନୁହେଁ।

ଲୁଣ କାହାଠୁ ନିଅନ୍ତୁ ନାହିଁ: ଲୁଣର ସିଧା ସମ୍ବନ୍ଧ ଶନି ଦେବଙ୍କ ସହିତ ରହିଛି। ଯଦି ଆପଣ କାହା ଠାରୁ ବି ଲୁଣ ନେଉଛନ୍ତି, ତା’ ହେଲେ ଏହା ବଦଳରେ ତାଙ୍କୁ କିଛି ନା କିଛି ଜିନିଷ ଅବଶ୍ୟ ଦିଅନ୍ତୁ। କାରଣ, ଯଦି ଆପଣ ଲୁଣ ନେଉଛନ୍ତି, ତ ଏଥିରେ ଶନି ଦେବ କ୍ରୋଧିତ ହୋଇ ଯାଆନ୍ତି ଏବଂ ଆପଣଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଦାରିଦ୍ର୍ୟତା ମଧ୍ୟ ମାଡ଼ି ଆସିଥାଏ।

ଛୁଞ୍ଚି ନିଅନ୍ତୁ ନାହିଁ: ଅନ୍ୟ କାହାଠାରୁ ଛୁଞ୍ଚି ମଧ୍ୟ ମାଗନ୍ତୁ ନାହିଁ। ଏହା ମାଗିବା ଦ୍ୱାରା ଆପଣଙ୍କ ଘରେ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଥାଏ। ଶନି ଦେବ କ୍ରୋଧିତ ହୋଇ ଯାଆନ୍ତି। ଏଥି ସହିତ ରାହୁଙ୍କର ମଧ୍ୟ ପ୍ରତିକୂଳ ପ୍ରଭାବ ପଡିଥାଏ।

ଲୁହା ନେବା ଉଚିତ୍‌ ନୁହେଁ: ଲୁହାର ସମ୍ବନ୍ଧ ବି ଶନି ଦେବଙ୍କ ସହିତ ଜଡିତ ରହିଛି। ତେଣୁ ଲୁହା ଦେବା ନେବା ମଧ୍ୟ କରିବା ଉଚିତ୍ ନୁହେଁ। ଆପଣ ଶନିବାର ଦିନ ଲୁହା କିଣିବାଠାରୁ ଦୂରେଇ ରୁହନ୍ତୁ। ମେସିନ୍ କିମ୍ବା ଅନ୍ୟାନ୍ୟ ଉପକରଣ ଯଦି କିଣିବାକୁ ଚାହୁଁଛନ୍ତି, ତ ଏହାକୁ କିଣି ପାରିବେ।

ତେଲ କାହାଠୁ ମାଗନ୍ତୁ ନାହିଁ: କେବେ ବି କାହାକୁ ତେଲ ମାଗିବାର ଭୁଲ କାମ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଭିତରେ ସମ୍ପର୍କ ଖରାପ ହୋଇ ଯାଇଥାଏ। ଏଥିସହ ଶନିଙ୍କ ପ୍ରକୋପ ଆରମ୍ଭ ହୋଇ ଯାଇଥାଏ।

ରୁମାଲ ନେବା ଉଚିତ ନୁହେଁ: ପାଖରେ ରୁମାଲ ରଖିବା ସ୍ୱଚ୍ଛତାର ପ୍ରତୀକ ହୋଇଥାଏ। ଏଥିପାଇଁ ଆପଣ ଅନ୍ୟ କାହାର ରୁମାଲ ବ୍ୟବହାର କରିବା ଉଚିତ୍ ନୁହେଁ। ଏପରି କି, ନିଜ ରୁମାଲକୁ ମଧ୍ୟ ଅନ୍ୟ କାହାକୁ ଦେବା ଉଚିତ୍ ନୁହେଁ। ଏମିତି କରିବା ଦ୍ୱାରା ଆପଣଙ୍କ ଭିତରେ ସମ୍ପର୍କ ଦୁର୍ବଳ ହୋଇ ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.