ନୋରା ଫତେହୀଙ୍କୁ ଡେଟ୍‌ କରୁଛନ୍ତି କି କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌, ସେୟାର କଲେ ମନ କଥା

ବଲିଉଡ୍‌ ଆଇଟମ୍‌ ଡ୍ୟାନ୍ସର ନୋରା ଫତେହୀ ଓ କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌ଙ୍କ ମଧ୍ୟରେ କେମେଷ୍ଟ୍ରି ସବୁ ବେଳେ ଆଖିଦୃଶିଆ ରହିଥାଏ। ଉଭୟେ ଷ୍ଟ୍ରେଜ୍‌ରେ ବି ବେଶ୍‌ ରୋମାଣ୍ଟିକ୍‌ ଡ୍ୟାନ୍ସ କରିଥାନ୍ତି। ଉଭୟେ ଏକାଠି ଅନେକ ଥର ଡ୍ୟାନ୍ସ ରିଆଲିଟି ଶୋ’ ବି ଜଜ୍‌ କରିଛନ୍ତି। ଏଥିସହ ଅତିଥି ଭାବେ ନୋରା ଫତେହୀ ଯେବେ ବି କୌଣସି ଡ୍ୟାନ୍ସ ଶେ’ରେ ପହଞ୍ଚନ୍ତି, ଆଉ ସେଠାରେ ଟେରେନ୍ସ ଜଜ୍‌ ଥାନ୍ତି। ତେବେ ଉଭୟଙ୍କର ଧମାକାଦାର ଡ୍ୟାନ୍ସ ବି ଦେଖିବାକୁ ମିଳିଥାଏ।

ସୂଚନାଯୋଗ୍ୟ ଯେ ଅଳ୍ପ ସମୟ ପାଇଁ ହେଉ ପଛେ ଉଭୟେ ଏକାଠି ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ସିଜନ୍‌ ୨କୁ ଜଜ୍‌ କରିଥିଲେ। ଏଥିସହ ଚର୍ଚ୍ଚା ହେଉଥିଲା ଯେ ଉଭୟେ ପରସ୍ପରକୁ ଡେଟ୍‌ କରୁଛନ୍ତି। ନିକଟରେ ଡ୍ୟାନ୍ସର ନେରା ଫତେହୀଙ୍କ ସହ ଆଫେୟାର୍ସ ସମ୍ପର୍କରେ ଟେରେନ୍ସ ମୁହଁ ଖୋଲିଛନ୍ତି। ଏକ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେବା ଅବସରରେ ଟେରେନ୍ସ କ’ଣ କହିଛନ୍ତି ଆସନ୍ତୁ ଜାଣିବା…


ଇଣ୍ଟରଭ୍ୟୁରେ ଟେରେନ୍ସ ସ୍ୱୀକାର କରିଛନ୍ତି ଯେ ସେ ଓ ନୋରାଙ୍କ ମଧ୍ୟରେ ଭଲ କେମେଷ୍ଟ୍ରି ରହିଛି। କିନ୍ତୁ ନୋରାଙ୍କ ସହ ଡେଟିଂ ଗୁଜବକୁ ସେ ଖଣ୍ଡନ କରିଛନ୍ତି। ଟେରେନ୍ସ କହିଛନ୍ତି- ନୋରା ଓ ସେ ଭଲ ବନ୍ଧୁ। ଏଥିସହ ସେ ନୋରାଙ୍କର ବେଶ୍‌ ପ୍ରଶଂସା ବି କରିଥିଲେ। କିନ୍ତୁ ନୋରାଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ କି ପ୍ରଶ୍ନର ସେ ହସିକି ଉତ୍ତର ଦେଇଥିଲେ। ଟେରେନ୍ସ କହିଥିଲେ ଯେ ଗୁପ୍ତକୁ ଗୁପ୍ତ ହିଁ ରହିବାକୁ ଦିଅ। ସେ ମୋର ଜଣେ ଭଲ ବନ୍ଧୁ। ମତେ ଲାଗେ ଯେ ଆମ ଭିତରେ ଭଲ କେମେଷ୍ଟ୍ରି ଅଛି। ସବୁଠୁ ଭଲ କଥା ହେଉଛି ନୋରା ଜଣେ ସ୍ୱାଧୀନ ଚିନ୍ତାଧାରା ସ୍ୱଭାବର ମଣିଷ। ତାଙ୍କର ଏହି କଥା ହିଁ ମୋତେ ସବୁଠୁ ଅଧିକ ଭଲ ଲାଗେ ବୋଲି କହିଛନ୍ତି ଟେରେନ୍ସ।

ଟେରେନ୍ସଙ୍କ କହିବାନୁସାରେ, ନୋରା ଜଣେ ବାସ୍ତବରେ ବିଶ୍ୱାସ କରୁଥିବା ଝିଅ। ତାଙ୍କ ମନରେ ଯାହା ବି ଆସେ, ସେ କହି ଦିଅନ୍ତି। ତାଙ୍କ ମୁହଁରେ କିଛି ଫିଲ୍ଟର ନାହିଁ। ଏହା ହିଁ ତାଙ୍କର ଆକର୍ଷଣ। ସେ ବହୁତ ଭଲ।

ନୋରା ତାଙ୍କର ଜଣେ ଭଲ ବନ୍ଧୁ କି ପ୍ରଶ୍ନର ଉତ୍ତରରେ ଟେରେନ୍ସ କହିଛନ୍ତି- ହଁ। ଆମେ ଭଲ ବନ୍ଧୁ। କିନ୍ତୁ ଆମେ ବହୁତ ଭଲ ବନ୍ଧୁ ବୋଲି ମୁଁ କହିବିନି କି ଆମେ ନିୟମିତ ଦେଖା ହେଉ ବୋଲି ବି ମୁଁ କହିବିନି। କିନ୍ତୁ ଆମ ଭିତରେ ଏକ ସୁସ୍ଥ ସମ୍ପର୍କ ରହିଛି।

ଭବିଷ୍ୟତରେ ଟେରେନ୍ସ କେବେ ନୋରାଙ୍କୁ ଡେଟ୍‌ କରିବେ କି ପ୍ରଶ୍ନର ଉତ୍ତରରେ ଟେରେନ୍ସ ଟିକେ ଲାଜେଇ ଯାଇ କହିଥିଲେ – ଆପଣ ପ୍ରେମରେ ପଡ଼ିବା ପାଇଁ ପ୍ଲାନିଂ କରିପାରିବେ ନାହିଁ।

Also Read: ନିୟମିତ ନାହିରେ ଲଗାନ୍ତୁ ବୁନ୍ଦେ କ୍ଷୀର, ଦୂର ହେବ ଅନେକ ଭୟଙ୍କର ରୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.