ଆସିଗଲା ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍, ଜାଣନ୍ତୁ କିପରି ଭୂକମ୍ପରୁ ସୁରକ୍ଷା ଦେବ ଏହି ବିଛଣା
ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ ହେଉଛି ଏକ ସ୍ୱତନ୍ତ୍ର ବିଛଣା ଯାହା ଭୂକମ୍ପ ସମୟରେ ଆପଣଙ୍କୁ ସୁରକ୍ଷିତ ରଖିବା ପାଇଁ ଡିଜାଇନ୍ କରାଯାଇଛି । ଏହି ବେଡ୍ କୁ ମଜବୁତ୍ ଷ୍ଟିଲ୍ ରୁ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ଅନେକ ଫିଚର ଅଛି ଯାହା ଭୂକମ୍ପ ସମୟରେ ମଣିଷକୁ ଆଘାତ ପାଇବାରୁ ରକ୍ଷା କରିବ ।
ଦିନକୁ ଦିନ ଟେକ୍ନୋଲୋଜି ଡେଭଲପ୍ ହେଉଛି । ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଟେକ୍ନିସିଆନ୍ ମାନେ ବିଭିନ୍ନ ପ୍ରକାରର ଡିଭାଇସ୍ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଭୂକମ୍ପ ଆସିବା ପୂର୍ବରୁ ପୂର୍ବାନୁମାନ କରି ପାରୁଥିବା ଭଳି ଡିଭାଇସ୍ ଏପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇ ନାହିଁ । ଯାହା ଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଉଛି । ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଭୂକମ୍ପ ବିରୋଧୀ ବିଛଣା ବା ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ ପ୍ରସ୍ତୁତ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ବେଡ୍ ରେ କଣ ଫିଚର ରହିଛି ।
ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ ହେଉଛି ଏକ ସ୍ୱତନ୍ତ୍ର ବିଛଣା ଯାହା ଭୂକମ୍ପ ସମୟରେ ଆପଣଙ୍କୁ ସୁରକ୍ଷିତ ରଖିବା ପାଇଁ ଡିଜାଇନ୍ କରାଯାଇଛି । ଏହି ବେଡ୍ କୁ ମଜବୁତ୍ ଷ୍ଟିଲ୍ ରୁ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ଅନେକ ଫିଚର ଅଛି ଯାହା ଭୂକମ୍ପ ସମୟରେ ମଣିଷକୁ ଆଘାତ ପାଇବାରୁ ରକ୍ଷା କରିବ ।
ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ ରେ ସେନ୍ସର ଦିଆଯାଇଛି । ଯେତେବେଳେ ଭୂକମ୍ପ ହୁଏ ସେତେବେଳେ ଏହି ସେନ୍ସର୍ ଆକ୍ଟିଭ୍ ହୋଇଯାଏ ଏବଂ ଆପଣଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ । ଏହି ସେନ୍ସର ସାହାଯ୍ୟରେ ବେଡ୍ ଆକ୍ଟିଭ୍ ହୋଇଯାଏ ଏବଂ ଭୂକମ୍ପ ସମୟରେ ଆପଣଙ୍କୁ କଭର୍ କରି ପାରିବ । ଯାହା ଦ୍ୱାରା ଆପଣଙ୍କର କୌଣସି କ୍ଷତି ହେବ ନାହିଁ ।
ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ କିପରି କାମ କରେ?
ଭୂକମ୍ପ ଆସିବା କ୍ଷଣି ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ ଆପଣଙ୍କୁ ବେଡ୍ ଭିତରେ ରହିବାକୁ ସାହାଯ୍ୟ କରେ ଏବଂ ଆପଣଙ୍କୁ କୌଣସି ପ୍ରକାର ଆଘାତ ପହଞ୍ଚାଇବାକୁ ଦେଇନଥାଏ । ଏହି ବେଡ୍ ରେ ଥିବା ମଜବୁତ୍ ଫ୍ରେମ୍ ଭୂକମ୍ପ ଝଟକାର ସାମ୍ନା କରେ ଏବଂ ଏଥିରେ ଥିବା ସୁରକ୍ଷା ବେଲ୍ଟ ଆପଣଙ୍କୁ ବେଡ୍ ରେ ବାନ୍ଧି ରଖେ । ବେଡ୍ ରେ ଥିବା ଗଦି ଭୂକମ୍ପ ଝଟକା ଅନୁଭବ କରିବାକୁ ଦିଏ ନାହିଁ ଏବଂ ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ ।
ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ ଫିଚର୍ :
ମଜବୁତ ଫ୍ରେମ୍: ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ ରେ ଲାଗିଥିବା ଫ୍ରେମ୍ ମଜବୁତ୍ ଧାତୁ କିମ୍ବା କାଠରେ ପ୍ରସ୍ତୁତ ଯାହା ଭୂକମ୍ପ ଝଟକାକୁ ସାମ୍ନା କରିପାରେ ।
ସୁରକ୍ଷା ବେଲ୍ଟ: ଏହି ବିଛଣାରେ ସୁରକ୍ଷା ବେଲ୍ଟ ଥାଏ, ଯାହା ଭୂକମ୍ପ ସମୟରେ ଆପଣଙ୍କୁ ବିଛଣାରେ ଠିକ୍ ଭାବେ ରହିବାକୁ ସାହାଯ୍ୟ କରିଥାଏ ।
ଗଦି : ଭୂକମ୍ପ ସମୟରେ ହେଉଥିବା ଝଟକାକୁ କମ୍ କରିବା ପାଇଁ ଗଦିଗୁଡ଼ିକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । ଯାହା ଦ୍ୱାରା ୟୁଜରଙ୍କୁ ଆଘାତ ଲାଗିବ ନାହିଁ ।
କିଛି ଆର୍ଥକ୍ୱେକ୍ ପ୍ରୁଫ୍ ବେଡ୍ ରେ ଅନ୍ୟାନ୍ୟ ଫିଚର ଅଛି, ଯେପରିକି ଅକ୍ସିଜେନ୍ ସିଲିଣ୍ଡର । ଯଦି ଭୂକମ୍ପ କାରଣରୁ କୋଠା ଭୁଶୁଡ଼ି ପଡ଼େ, ତେବେ ଅକ୍ସିଜେନ୍ ସିଲିଣ୍ଡର କିଛି ସମୟ ପାଇଁ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହି ବେଡ୍ ରେ ଏକ ପାଣି ବୋତଲ ସହ ଖାଦ୍ୟ ସାମଗ୍ରୀ ମଧ୍ୟ ଥାଏ, ଯାହା ଆପଣଙ୍କୁ ଦୁଇ ଚାରି ଦିନ ପର୍ଯ୍ୟନ୍ତ ଭୋକ ଏବଂ ଶୋଷରୁ ରକ୍ଷା କରିଥାଏ ।