ହ୍ଵାଟ୍ସଆପ୍ ଷ୍ଟାଟସ୍ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ, କମ୍ପାନୀ ଆଣିଛି ନୂଆ ଫିଚର
ବର୍ତ୍ତମାନ ୨୦୦ କୋଟିରୁ ଅଧିକ ଲୋକ ଚାଟିଂ ପାଇଁ ହ୍ଵାଟ୍ସଆପ୍ ବ୍ୟବହାର କରୁଛନ୍ତି । ୟୁଜର୍ସମାନଙ୍କ ସୁବିଧା ଏବଂ ନୂଆ ଏକ୍ସପେରିଏନ୍ସ ପାଇଁ କମ୍ପାନୀ ଏଥିରେ ଏକ ନୂଆ ଫିଚର ଆଣିଛି । ଖୁବଶୀଘ୍ର ହ୍ଵାଟ୍ସଆପ୍ ୟୁଜରମାନଙ୍କ ପାଇଁ ଷ୍ଟାଟସ୍ ସେକ୍ସନ୍ରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ।

ଆଜିର ସମୟରେ ଯାହାର ସ୍ମାର୍ଟଫୋନ୍ ଅଛି, ତାଙ୍କ ଫୋନ୍ରେ ନିଶ୍ଚିତ ଭାବରେ ହ୍ଵାଟ୍ସଆପ୍ ରହିଥିବ । ତେବେ ବର୍ତ୍ତମାନ ହ୍ଵାଟ୍ସଆପ୍ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ଭାବେ ବ୍ୟବହାର ହେଉଛି । ଏଥିରେ ଥିବା ଇଣ୍ଟରଫେସ୍ ଏବଂ ଫିଚର୍ସଗୁଡିକୁ ୟୁଜର୍ସ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ୨୦୦ କୋଟିରୁ ଅଧିକ ଲୋକ ଚାଟିଂ ପାଇଁ ହ୍ଵାଟ୍ସଆପ୍ ବ୍ୟବହାର କରୁଛନ୍ତି । ୟୁଜର୍ସମାନଙ୍କ ସୁବିଧା ଏବଂ ନୂଆ ଏକ୍ସପେରିଏନ୍ସ ପାଇଁ କମ୍ପାନୀ ଏଥିରେ ଏକ ନୂଆ ଫିଚର ଆଣିଛି । ଖୁବଶୀଘ୍ର ହ୍ଵାଟ୍ସଆପ୍ ୟୁଜରମାନଙ୍କ ପାଇଁ ଷ୍ଟାଟସ୍ ସେକ୍ସନ୍ରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ।
ତେବେ ଏଥିରେ ୟୁଜର୍ସଙ୍କ ପ୍ରାଇଭେସି ଏବଂ ସେଫ୍ଟି ପାଇଁ ହ୍ଵାଟ୍ସଆପ୍ ଏକ ନୂଆ ଫିଚର ଆଣିପାରେ । କିନ୍ତୁ ଏଥର କମ୍ପାନୀ ଏହାର ଇଣ୍ଟରଫେସରେ ଚେଞ୍ଜେସ୍ ଆଣିବାକୁ ଯାଉଛି । ୟୁଜର୍ସଙ୍କ ଷ୍ଟାଟସ୍ ସେକ୍ସନ୍ରେ ଏହି ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ହ୍ଵାଟ୍ସଆପ୍ ଏହାର ୟୁଜର୍ସମାନଙ୍କ ପାଇଁ ଷ୍ଟାଟସ୍ ସେକ୍ସନ୍ରେ ଏକ ନୂଆ ଇଣ୍ଟରଫେସ୍ ଆଣିବାକୁ ଯାଉଛି ।
ଏକ ରିପୋର୍ଟରେ ହ୍ଵାଟ୍ସଆପ୍ ଷ୍ଟାଟସ୍ ସେକ୍ସନ୍ରେ ଏହି ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ହ୍ଵାଟ୍ସଆପ୍ ଆଣ୍ଡ୍ରଏଡ୍ ୨, ୨୪, ୪, ୨୩ ଅପଡେଟ୍ରେ ଷ୍ଟାଟସ୍ ସେକ୍ସନ୍ରେ ଏକ ନୂଆ ଇଣ୍ଟରଫେସ୍ ଦେଖିବାକୁ ମିଳିଛି । ଏହି ସବୁ କଥାକୁ ଦେଖିଲେ ଜଣାପଡୁଛି ଯେ କମ୍ପାନୀ ଏକ ନୂଆ ଇଣ୍ଟରଫେସରେ କାମ କରୁଛି ।
ତେବେ ହ୍ଵାଟ୍ସଆପ୍ ଷ୍ଟାଟସ୍ ସେକ୍ସନ୍ରେ ଏହି ପରିବର୍ତ୍ତନର ଏକ ଝଲକ୍ ଦେଖିବାକୁ ମିଳିଛି । କମ୍ପାନୀ ଏହାର ଏକ ସ୍କ୍ରିନସଟ୍ ସେୟାର କରିଛି ଯାହା ଦ୍ୱାରା ଆଗାମୀ ସମୟରେ ଏଥିରେ କେଉଁ ପରିବର୍ତ୍ତନ ହେବ ତାହା ଲୋକମାନେ ଜାଣିପାରିବେ । ୟୁଜର୍ସମାନେ ବର୍ତ୍ତମାନ ଏକ ଲମ୍ବା ଫର୍ମାଟରେ ସେମାନଙ୍କର ଷ୍ଟାଟସ୍ ଦେଖିବାକୁ ପାଇବେ । ହ୍ଵାଟ୍ସଆପ୍ ରେ ଏହି ଅପ୍କମିଂ ଫିଚର୍ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଯାହା ସମସ୍ତଙ୍କୁ ନିଶ୍ଚୟ ଭାବେ ପସନ୍ଦ ଆସିବ ।