ଗାଜା ଉପରେ ପୁଣି ବର୍ଷିଲା ଇସ୍ରାଏଲ୍‌ ସେନା, ଏୟାର ଷ୍ଟ୍ରାଇକ୍‌ରେ ୧୮ ଜଣଙ୍କ ମୃତ୍ୟୁ

ଇସ୍ରାଏଲ୍ ସେନା ଗାଜା ଉପରେ ଏକ ବଡ଼ ବାୟୁ ଆକ୍ରମଣ କରିଛି । ଶନିବାର ରାତିରେ ସେନା ଏଠାରେ ବ୍ୟାପକ ଏୟାର ଷ୍ଟ୍ରାଇକ୍‌ କରିଛି, ଯେଉଁଥିରେ ଅତି କମରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ରହିିଛି ।

ଇସ୍ରାଏଲ୍ ସେନା ଗାଜା ଉପରେ ଏକ ବଡ଼ ବାୟୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ପୁଣି ଗାଜାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଇସ୍ରାଏଲ ସେନା ଶନିବାର ରାତିରେ ଏଠାରେ ବ୍ୟାପକ ଏୟାର ଷ୍ଟ୍ରାଇକ୍‌ କରିଛି, ଯେଉଁଥିରେ ଅତି କମରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ରହିିଛି । ବହୁ ସଂଖ୍ୟକ ଲୋକ ଏଥିରେ ଆହତ ହୋଇଛନ୍ତି ।

ରଫାରେ ରାତିସାରା ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଜଣେ ମହିଳା ଓ ତିନି ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହିପରି ଅନ୍ୟ ଏକ ଆକ୍ରମଣରେ ଦକ୍ଷିଣ ସହର ଖାନ ୟୁନିସରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଇସ୍ରାଏଲ୍‌ ଆକ୍ରମଣରେ ଗାଜାର ଏକ ଘରେ ରହୁଥିବା ୭ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ କହିଛନ୍ତି ଯେ ଦକ୍ଷିଣ ଗାଜାରେ ସେବା ଯୋଗାଉଥିବା ମୁଖ୍ୟ ଚିକିତ୍ସା କେନ୍ଦ୍ର ‘ନାସିର ହସ୍ପିଟାଲ’ ଗତ ସପ୍ତାହ ଶେଷରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ଚଢ଼ାଉ ପରେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।

WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଘେବ୍ରେୟେସୁସ୍‌ ‘X’ରେ ଏକ ପୋଷ୍ଟରେ କହିଛନ୍ତି, WHO ଟିମ୍‌କୁ ଶୁକ୍ରବାର କିମ୍ବା ଶନିବାର ଡାକ୍ତରଖାନା ଭିତରକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଟିମ୍‌ ରୋଗୀଙ୍କ ଅବସ୍ଥା ଏବଂ ଚିକିତ୍ସା ଆବଶ୍ୟକତା ଆକଳନ କରିବାକୁ ଯାଇଥିଲା । ସେ କହିଛନ୍ତି କି, ଡାକ୍ତରଖାନାରେ ଏବେ ବି ପାଖାପାଖି ୨୦୦ ରୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଅନ୍ୟ ଡାକ୍ତରଖାନାକୁ ତୁରନ୍ତ ପଠାଇବାର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.