ଫେସବୁକ ଆରମ୍ଭ କରିବ ନିଜର ସମାଚାର ସେବା, ଜାଣନ୍ତୁ କେବେଠୁ

ପୃଥିବୀର ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ ଫେସବୁକ ନିଜର ଏକ ସମାଚାର ସେବା ଆଗକୁ ଆରମ୍ଭ କରିବ ବୋଲି ଯୋଜନା । ଏଥି ପାଇଁ ଫେସ ବୁକ କିଛି ଭଲ ସମ୍ବାଦ ଯୋଗାଣ କାରୀ ସଂସ୍ଥା ସହ ମଧ୍ୟ ସମ୍ପର୍କ ସ୍ଥାପନ କରିଛି । ଏହି ସେବା ପାଇଁ ଫେସ ବୁକ ଆଉ ଏକ ନୂଆ ଅଫଶନ ଯୋଗାଇଦେବ
। ଅବଶ୍ୟ ଏହି ସେବା ପ୍ରଥମ ଅବସ୍ଥାରେ ଆମେରିକାରେ ବସବାସ କରୁଥିବା ୨ ଲକ୍ଷ ଉପଭୋକ୍ତା ମାନଙ୍କୁ ହିଁ ଯୋଗାଇ ଦିଆଯିବ । ସୂଚନା ଅନୁଯାୟୀ ଏହି ସେବାକୁ ପ୍ରଥମେ ଚାରୋଟି ପ୍ରକାଶନରେ ଆରମ୍ଭ କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ ଫେସବୁକ ତରଫରୁ ନିଜ ନ୍ୟୁଜ ସେବାର ଆରମ୍ଭ ଦ ନ୍ୟୁୟର୍କ ଟାଇମ୍ସ, ଦ ଲସ ଏଞ୍ଜେଲେସ ଟାଇମ୍ସ, ବ୍ଲୁମବର୍ଗ ମିଡ଼ିଆ, ୟୁଏସଏ ଟୁଡ଼େ ପରି ୱେବ ସାଇଟ ମାନଙ୍କୁ ଲାଇସେନ୍ସ ଫିସ ଦିଆଯାଇଛି । ଏହା ସହ କମ୍ପାନୀ ଆଉ ଅଧିକ ୨୦୦ ସାଇଟ ସଂଯୋଗ କରିବାକୁ ଯୋଜନା କରୁଛି ।

face book with people

 

ଏହା ସହ ପଢନ୍ତୁ: ଦୀପାବଳିରେ ନିଜର ପ୍ରିୟଜନଙ୍କୁ ପଠାନ୍ତୁ ଏହି ଖାସ୍ WhatsApp ଷ୍ଟିକର୍ସ, ଏଇଠି ରହିଛି ସହଜ ଟିପ୍ସ

ଫେସ ବୁକ ପେଜ ଉପରେ ବିଜ୍ଞାନ, ଟେକ୍ନୋଲୋଜି, ଖେଳ, ମନୋରଞ୍ଜନ, ବ୍ୟାପାର ଓ ବଣିଜ ଓ ସ୍ୱାସ୍ଥ୍ୟ ପରି ସେଗମେଣ୍ଟ ଗୁଡିକ ଖୋଲିବାକୁ ଯୋଜନା କରିଛି । ଏହା ସହ ୟୁଜର୍ସ ମାନଙ୍କୁ ଏହି ପ୍ଲାଟଫର୍ମରେ ନ୍ୟୁଜ ସବସ୍କ୍ରିପସନ କିଣିବାର ସୁବିଧା ମିଳିବ । ସୋସିଆଲ ମିଡ଼ିଆ କମ୍ପାନୀ ଏହି ସେକ୍ସନ ଗୁଡିକ ପାଇଁ ନିଜର ଏକ ସ୍ୱତନ୍ତ୍ର ଟିମ ରଖିବ । ଯେଉଁ ମାନେ ପ୍ରତି ମୁହୁର୍ତରେ ଘଟୁଥିବା ଗୁରୁତ୍ୱପୂର୍ଣ ଘଟଣା ଗୁଡିକ ଉପରେ ନଜର ରଖିବା ସହ ସେହି ଅନୁଯାୟୀ ଖବର ଫେସବୁକ ୱେବ ସାଇଟରେ ନ୍ୟୁଜ ଛାଡ଼ିପାରିବ । ଫେସବୁକ ସିଇଓ ମାର୍କ ଜୁକରବର୍ଗ ‘କ୍ୱାଲିଟି ଜର୍ଣ୍ଣାଲିଜମ’ ଉପରେ ପ୍ରାଧାନ୍ୟ ଦେଇ ହିଁ ନ୍ୟୁଜ ସେକ୍ସନ ଖୋଲିବାକୁ ଯୋଜନା କରିଛନ୍ତି । ମାର୍କଙ୍କ ଏହି ପଦକ୍ଷେପ ଦ୍ୱାରା ସୋସିଆଲ ମିଡ଼ିଆ ଗୁଡିକରେ ଫେକ ନ୍ୟୁଜ ପବ୍ଲିସ ହେବା ଉପରେ ନିଶ୍ଚିତ ରୂପେ ରୋକ ଲାଗିପାରିବ ବୋଲି ଆଶା କରାଯାଉଛି । ଫେସ ବୁକ ନିଜ ୟୁଜର୍ସ ମାନଙ୍କୁ ସତ ଖବର ପହଞ୍ଚାଇବ ବୋଲି ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.