ଫେସବୁକ ଦେଶର ୨.୫୦ ଲକ୍ଷ ମହିଳାଙ୍କୁ ଦେବ ଟ୍ରେନିଂ, କରାଇବ ଡିଜିଟାଲ ଲେଡି

ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ଭାରତର ଆଦିବାସୀ ମହିଳାଙ୍କୁ ଟେକନିକାଲରେ ପ୍ରଶିକ୍ଷିତ କରିବା ପାଇଁ ଡିଜିଟାଲ ବେଟି ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଫେସବୁକ ଭାରତ ସରକାରଙ୍କ ସାହାଯ୍ୟ ନେବ।

ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳର ଆଦିବାସୀ ମହିଳାଙ୍କୁ ଇଣ୍ଟରନେଟ ବିଷୟରେ ସୂଚନା ଦିଆଯିବ ଏବଂ ସେମାନଙ୍କୁ ଡିଜିଟାଲ ସ୍ୱାକ୍ଷର କରାଯିବ। ଫେସବକ୍ ନିଜର ଏହି ଅଭିଯାନ ବିଷୟରେ ନିକଟରେ ଘୋଷଣା କରିଛି।

ଏହି ଅଭିଯାନ ମାଧ୍ୟମରେ ଆଦିବାସୀ ମହିଳାଙ୍କୁ ଅନଲାଇନ ସିକ୍ୟୁରିଟୀ ଏବଂ ପ୍ରାଇଭେସୀ ବିଷୟରେ ସୂଚନା ଦିଆଯିବ। ଦେଶର ୧୦ ଟି ସହର ଏହି ଅଭିଯାନରେ ସାମିଲ ହେବେ। ଡିଜିଟାଲ ଯୋଜନା ଦ୍ୱାରା ୩,୦୦୦ ଗାଁରୁ ୨.୫୦ ଲକ୍ଷ ଗ୍ରାମୀଣ ଲୋକଙ୍କୁ ଟ୍ରେନିଂ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.