ଦିଲ୍ଲୀ: ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ପଶିଗଲେ ସିଂହ ଏନକ୍ଲୋଜର ଭିତରେ, କଣ ହେଲା ଦେଖନ୍ତୁ ଭିଡିଓ

ଦିଲ୍ଲୀ:  ଦିଲ୍ଲୀ ଚିଡ଼ିଆଖାନାରେ ଅଭାବନୀୟ ଦୃଶ୍ୟ। ସିଂହ ଦେଖିବାକୁ ଯାଇ ଏନକ୍ଲୋଜର ଭିତରକୁ ପଶିଗଲେ ଯୁବକ। ଯୁବକ ଜଣକ ବାଡ଼ ଡେଇଁ ସିଂହ ଖୁଆଡ଼କୁ ପଶିଯାଇଥିଲେ। ପାଖରେ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ସେ ଖୁଆଡ଼ ଭିତରକୁ ପଶିଯାଇଥିଲେ। ସିଂହ ପାଖରେ ସେ ବସିରହିଥିବାର ସମସ୍ତେ ଦେଖୁଥିଲେ ମଧ୍ୟ କେହି କିଛି କରିପାରିନଥିଲେ। ଲୋକଙ୍କ ପାଟିତୁଣ୍ଡ ଓ ହୋହଲ୍ଲା ମଧ୍ୟରେ ବି ସିଂହ ସହ ସେ ବସିଥିବା ଦେଖାଯାଇଥିଲା। ପରେ ଚିଡ଼ିଆଖାନାର ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରିଛନ୍ତି। ଯୁବକ ଜଣକୁ ଥାନାରେ ପଚରାଉଚରା କରାଯାଇଛି। ସେ ମାନସିକ ଭାରସାମ୍ୟ ହରାଇଥିବା ଜଣାପଡ଼ିଛି। ଉଦ୍ଧାର ଯୁବକ ଜଣଙ୍କ ରେହାନ ଖାଁ । ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.