Facebook Messengerରେ ଆସିଲା ବଢ଼ିଆ ଫିଚର, ମେସେଜର ସ୍କ୍ରୀନସଟ୍ ନେଲେ ମିଳିବ ଆଲର୍ଟ
ଫେସବୁକ୍ ମେସେଞ୍ଜର ନିକଟରେ ଅନେକ ଫିଚର୍ସକୁ ଜାରି କରିଥିଲା। ଏଥିରେ ଫେସବୁକ ମେସେଞ୍ଜରକୁ ଆଣ୍ଡ-ଟୁ-ଆଣ୍ଡ ଏନକ୍ରିପଟେଡକୁ ମଧ୍ୟ ସପୋର୍ଟ ଦିଆଯାଇଛି। ଏହାବ୍ୟତୀତ ଏଥିରେ ସ୍କ୍ରୀନସଟ ଡିଟେକସନ୍ ଫିଚର ମଧ୍ୟ ଜାରି କରାଯାଇଛି। ସ୍କ୍ରୀନସଟ୍ ଡିଟେକସନ୍ ଫିଚରର ଅପେକ୍ଷା ହ୍ଵାଟସଆପ ୟୁଜର୍ସ ବହୁତ ଦିନ ଧରି ଅପେକ୍ଷା କରିଥିଲେ। କିନ୍ତୁ ଏହାକୁ ଫେସବୁକ ମେସେଞ୍ଜର ୟୁଜର୍ସଙ୍କ ପାାଇଁ ଜାରି କରାଯାଇଛି। ଏହାଛଡା ମେସେଜ ରିଆକସନ ଫିଚର ମଧ୍ୟ ଜାରି କରାଯାଇଛି।
ପୂର୍ବ ରିପୋର୍ଟ ଅନୁଯାୟୀ ହ୍ଵାଟସଆପ୍ ବହୁତ ଦିନ ଧରି ମେସେଜ୍ ରିଆକସନ ଫିଚରକୁ ଟେଷ୍ଟ କରିଥିଲା, କିନ୍ତୁ ଏହାକୁ ବି ଫେସବୁକ ମେସେଞ୍ଜର ପାଇଁ ପୂର୍ବରୁ ଜାରି କରିଦିଆଯାଇଥିଲା। ଅବଶ୍ୟ ଏହି ଫିଚରକୁ ଫେସବୁକ ମେସେଞ୍ଜରରେ ଜାରି କରିବା ପରେ ଆଶା କରାଯାଉଛି ଯେ ହ୍ଵାଟ୍ସଆପରେ ବି ମଧ୍ୟ ଏହି ଫିଚର୍ସ ଆସିପାରେ।
ଫେସବୁୁକ ମେସେଞ୍ଜର ପାଇଁ ସ୍କ୍ରୀନସଟ୍ ଡିଟେକସନ୍ ଫିଚର ବହୁତ ରୋଚକ ରହଛି। ଏହାଦ୍ୱାରା ଯଦି ମେସେଞ୍ଜରରେ କିଏ ଆପଣଙ୍କ ଡିସଆପିୟରିଂ ମେସେଜର ସ୍କ୍ରୀନସଟ ନେଉଛନ୍ତି ତାହେଲେ ଆପଣଙ୍କୁ ଏହା ବିଷୟରେ ଆଲର୍ଟ ମିଳିବ।
ଏହି ଫିଚରକୁସମସ୍ତଙ୍କ ପାଇଁ ବହୁତ ଜଲଦି ଜାରି କରିଦିଆଯିବ। ଏହାବ୍ୟତୀତ ମେସେଜ ରିଆକସନ୍ ଫିଚରକୁ ମଧ୍ୟ ଜାରି କରାଯାଉଛି। ମେସେଞ୍ଜରର ଏହି ଫିଚରରେ ଆପଣ କୌଣସି ମେସେଜକୁ ରିଆକ୍ଟ କରିପାରିବେ।
ଏଥିପାଇଁ ମେସେଜ ଉପରେ ଟ୍ୟାପ୍ କରି ହୋଲଡ୍ କରିବାକୁ ହେବ। ହ୍ଵାଟସଆପରେ ମଧ୍ୟ ବହୁତ ଜଲଦି ଏହି ଫିଚରକୁ ଜାରି କରାଯାଇପାରେ। କମ୍ପାନୀ ଏହି ଫିଚରକ ଟେଷ୍ଟ କରୁଛି। ଏହାଛଡା ମେସେଞ୍ଜରରେ ଭେରିଫାଏଡ ବ୍ୟାଜର ମଧ୍ୟ ଅପ୍ସନ ମିଳିବ। ଯେଉଁଥିରେ ଲୋକମାନେ ଫେକ ଏବଂ ଅଥେଣ୍ଟିକ ଆକାଉଣ୍ଟରେ ପାର୍ଥକ୍ୟ ପାଇବେ।