Below header

ମହିଳା ମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଖୋଜି ଖୋଜି ଡିଲିଟ କରିବ ଫେସବୁକ !

ଫେସବୁକ ନେଲା ନୂଆ ନିଷ୍ପତି । ଏଣିକି ଫେସବୁକରେ କୌଣସି ମହିଳାଙ୍କ ବିନା ସହାମତିରେ ତାଙ୍କ ଅନ୍ତରଙ୍ଗ ଫଟୋ ଗୁଡିକୁ ଭାଇରଲ କରିପାରିବ ନାହିଁ । ମେଟା ୱମେନ ସେଫଟି ପାଇଁ ଫେସବୁକକୁ StopNCII images ସହ ଯୋଡ଼ିଛି । ଏହା ସହ ମେଟା ୱମେନ ସେଫଟି ହବ ସହ ବି ଯୋଡି ହୋଇଛି । ଏହି ହବ ୧୧ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଏହା ଭିତରେ ହିନ୍ଦୀ ଭାଷା ବି ସାମିଲ ଅଛି । ଏହି ହବ ଜରିଆରେ ମହିଳା ମାନେ ନିଜକୁ ସୁରକ୍ଷିତ ରଖିବା ନେଇ ଅନେକ ଟିପ୍ସ ପାଇପାରିବେ । ଆଉ ଏଥିପାଇଁ ମେଟା ତରଫରୁ ଅନେକ ବିଶେଷ ଟୁଲ ଗୁଡିକ ମଧ୍ୟ ଉପଲବ୍ଧ ହେବ ।ମେଟା ପ୍ଲାଟ୍ଫର୍ମର ନିର୍ଦ୍ଦେଶକ କରୁଣା ନଏନ ଏକ ପ୍ରେସମିଟରେ ଏବାବଦରେ ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ସବୁ ବର୍ଗର ମହିଳା ମାନେ କିପରି ଏହି ସୁବିଧାର ଲାଭ ନେଇପାରିବେ ସେ ନେଇ କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ଦୃଷ୍ଟି ଦିଆଯିବ ।

କହିରଖୁଛୁକି StopNCII.com ହେଉଛି ଏମିତି ଏକ ପ୍ଲାଟ୍ଫର୍ମ ଯେଉଁଥିରେ କାହାର ବିଶେଷ କରି ମହିଳା ମାନଙ୍କର ବିନା ଅନୁମତିରେ ସେମାନଙ୍କ ଫଟୋକୁ ପ୍ଲାଟ୍ଫର୍ମରେ ସେୟାର କରାଯାଇ ପାରିବ ନାହିଁ । ମହିଳାଙ୍କ ଫଟୋ ଆଦିକୁ ଭାଇରାଲ କରିବାରୁ ରୋକିବାରେ ବି ଏହି ପ୍ଲାଟ୍ଫର୍ମ ସାହାଯ୍ୟ କରିଥାଏ । ଏଥିରେ ଉପଲବ୍ଧ ହେଉଥିବା ଟୁଲ ଗୁଡିକରେ ପୀଡିତା ମାନେ ନିଜ ନିଜ ଅଭିଯୋଗ ଖୁବ ସହଜରେ ଓ ଖୁବ କମ ସମୟରେ ଦାୟର କରିପାରନ୍ତି । ଯେବେ ୟୁଜର ମାନେ ଅଭିଯୋଗ କରିବା କ୍ଷଣି ଏହି ପ୍ଲାଟ୍ଫର୍ମ ୟୁନିକ ଆଇଡି ଜରିଆରେ ବିବାଦିତ ଫଟୋ ଉପରେ ତୁରନ୍ତ ଆକ୍ସନ ନେବ । ଫେସବୁକରେ ଉପଲବ୍ଧ ହୋଇଥିବା ଫଟୋ ତଥା ଭିଡିଓ ଗୁଡିକୁ ସ୍କାନ କରିଥାଏ । ଥରେ ଅଭିଯୋଗ ଉଠିବା ପରେ ଏହି ଟୁଲ ବେନାମ ହେସୋଜ ଅଥବା ଏକ ବିଶେଷ ଡିଜିଟାଲ ଆଇଡେଣ୍ଟିଫାୟାର ଜେନେରେଟ କରିଥାଏ । ଏହି ଡିଜିଟାଲ ଡାଟା ଆଧାରରେ ଟୁଲ ନିଜ ପ୍ଲାଟ୍ଫର୍ମ ଉପରେ ବି ସ୍କାନ କରିଥାଏ । ଯେବେ ଟୁଲ ତାହା ସହିତ ମେଳ ଖାଉଥିବା ଫଟୋ ଦେଖିଥାଏ ତେବେ ସ୍ୱତଃ ଭାବରେ ରିମୁଭ ହୋଇଯାଇଥାଏ । ଯାହାଦ୍ୱାରା ତାହାକୁ କେହିବି ଦେଖିପାରିବେ ନାହିଁ ।

୯୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି ରିମୁଭଲ ରେଟ:

StopNCII.com ପକ୍ଷରୁ ଦାବି କରାଯାଇଛିକି ମହିଳାଙ୍କ ତରଫରୁ ରିପୋର୍ଟ କରାଯାଇଥିବା ମାମଲାରେ ଟୁଲର ରିରିମୁଭାଲ ରେଟ ୯୦ ପ୍ରତିଶତ ରହିଛି । ୨୦୧୫ ମସିହାରୁ ଆରମ୍ଭ କରି ଏଭିତରେ ୨
ଲକ୍ଷରୁ ଅଧିକ ମହିଳାଙ୍କ ଫଟୋ ଗୁଡିକୁ ହଟାଯାଇ ସରିଛି । କହିରଖୁଛୁକି ନିଜ ପ୍ଲାଟ୍ଫର୍ମରେ ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ Red Dot ଫାଉଣ୍ଡେସନ ଓ ସେଣ୍ଟର ଫର ରିସର୍ଚ ପକ୍ଷରୁ ପାର୍ଟନରସିପ କରିଛି । ମେଟା ଅନୁଯାୟୀ, ବର୍ତ୍ତମନ ସମୟରେ ପ୍ରାୟ ୩୩ ପ୍ରତିଶତ ମହିଳା ସୋସିଆଲ ମିଡ଼ିଆ ବ୍ୟବହାର କରିଥାନ୍ତି । ଯେବେକି ପୁରୁଷଙ୍କ ମଧ୍ୟରେ ୬୭ ପ୍ରତିଶତ ଭାରତୀୟ ଫେସବୁକ ବ୍ୟବହାର କରିଥାନ୍ତି । ନିଜ ସୁରକ୍ଷା ଦୃଷ୍ଟିରୁ ହିଁ ମହିଳାମାନେ ସୋସିଆଲ ମିଡ଼ିଆ ବ୍ୟବହାର କରିବାକୁ ଭୟ କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.