ଯଦି ଆପଣବି ଜଣେ ସ୍ମାର୍ଟ ଓ୍ଵାଚ ୟୁଜର ତେବେ ନିଶ୍ଚିତ ଭାବେ ସତର୍କ ରୁହନ୍ତୁ

ସ୍ମାର୍ଟ ଯୁଗରେ ସବୁ କିଛି ସ୍ମାର୍ଟ। ଏଠି ଯୁଗ ବି ସ୍ମାର୍ଟ ଆଉ ତା ସହ ସବୁ କାମ। ମାନେ ଏବେ ସବୁ କାମକୁ କେମିତି କମ ସମୟରେ ଆଉ ସ୍ମାର୍ଟ ଭାବେ କରାଯିବ ତାହା ପୁଣି ଫାଇଦାକୁ ନଜରରେ ରଖି ସେସବୁ ଉପରେ ବେଶି ଧ୍ୟାନ ଦିଆଯାଉଛି। ପୂର୍ବରୁ ଫୋନ କେବଳ ସ୍ମାର୍ଟ ବାହାରିଥିଲା। କିନ୍ତୁ ଏବେ ଫୋନ ଠୁ ଆରମ୍ଭ କରି ଓ୍ଵାଚ ପର୍ଯ୍ୟନ୍ତ ସୁବକିଛି ସ୍ମାର୍ଟ।

ଡିଜିଟାଲ ଯୁଗରେ ଏବେ ସ୍ମାର୍ଟ େଓ୍ଵରେ କାମ କରିବାକୁ ବେଶି ପସନ୍ଦ କରାଯାଉଛି। କାରଣ ଆଜିକାଲି ଲୋକଙ୍କ ପାଖରେ ଯଦି କିଛି ଅଭାବ ରହିଥାଏ ତାହା ହେଉଛି ସମୟ। ତେଣୁ ଏମାନେ କମ ସମୟ ମଧ୍ୟରେ ସବୁକିଛି ଜାଣିବାକୁ ଚେଷ୍ଟା କରିବାକୁ ବେଶି ପସନ୍ଦ କରୁଛନ୍ତି। ସ୍ମାର୍ଟ ଫୋନରେ ତ ଗ୍ରାହକଙ୍କ ଡିମାଣ୍ଡକୁ ଧ୍ୟାନରେ ରଖି ନୂଆ ନୂଆ ଫିଚରକୁ ପ୍ରତିବର୍ଷ ଆଡ କରାଯାଉଛି। ସେମିିତି ଏବେ ଓ୍ଵାଚକୁ ମଧ୍ୟ ସ୍ମାର୍ଟ ଓ୍ଵାଚରେ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ଗ୍ରାହକଙ୍କ ଆବଶ୍ୟକ ହେଉଥିବା ସବୁ କିଛିକୁ ଫିଚର ଭାବେ ଆଡ କରାଯାଇଛି। ଯେମିତିକି ହାର୍ଟ ରେଟ , ଫୁଟ ଷ୍ଟେପ ଆଦି। ଏହାକୁ ଆପଣ ଫୋନରେ କନେକ୍ଟ କରି କଥା ମଧ୍ୟ ହୋଇପାରିବେ।

ତେବେ ଏସବୁ ଜିନିଷ ଫ୍ୟାସନରେ ଟ୍ରେଣ୍ଡ ହେଉଥିବା ବେଳେ ଏହାର ଦାମ ମଧ୍ୟ ରହିଥାଏ ସେହିଭଳିଆ। ପ୍ରାୟ ସମୟରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏଭଳି ଡିଭାଇସ୍‌ ରେ ଜବରଦସ୍ତ ଅଫର ଦିଆଯାଏ। ଯାହାକୁ ଦେଖି ଲୋକ ଖୁସି ହୋଇ କିଣିନିଅନ୍ତି। ତେବେ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି। ଯେମିତକି ଏବେ ସ୍ମାର୍ଟଓ୍ଵାଚ ବ୍ଲାଷ୍ଟ ହେବା ଖବର ଚର୍ଚ୍ଚା ଧରିଛି।

fitbit
pc: cnet

ଆମେ କହୁଛୁ ଫିଟବିଟର ସ୍ମାଟଓ୍ଵାଚ ସମ୍ପର୍କରେ। ଏହି କମ୍ପାନୀ ବିରୁଦ୍ଧରେ ଏବେ ଅନେକ ଅଭିଯୋଗ ହୋଇଥିବାର ଶୁଣିବାକୁ ମିଳୁଛି। ଏହାକୁ ନେଇ କମ୍ପାନୀ ମଧ୍ୟ ନିଜ ଗ୍ରାହକଙ୍କୁ ପୁରା ପେମେଣ୍ଟ ଫେରସ୍ତ କରିଛି। ତେବେ ଜାଣି ରଖନ୍ତୁ ଯେ ଫିଟବିଟ ହେଉଛି ଗୁୁଗୁଲର ଏକ କମ୍ପାନୀ। ଯାହାର ନାମ ହେଉଛି ଫିଟବିଟ ଲୋନିକ। ସୂଚନା ଅନୁଯାୟୀ ଏହାର ବ୍ୟାଟେରୀ ଶୀଘ୍ର ଗରମ ହୋଇଯାଇଛି। ଯାହା ପାଇଁ ୟୁଜର୍ସଙ୍କ ହାତ ଜଳିଥିବାର ସୂଚନା ମିଳିଛି। ପାଖାପାଖି ୧୭୪ ରିପୋଟ ର୍ ଏପରି ଆସିଛି। ଏହାରି ମଧ୍ୟରୁ ୧୧୮ ଜଣଙ୍କ ହାତ ଜଳିବାର ଖବର ସାମ୍ନାକୁ ଆସିଛି। ଏଥିରେ ଦୁଇଟି ଥାର୍ଡ ଡିଗ୍ରୀ ବର୍ଣ୍ଣ ମାମଲା ଏବଂ ୪ଟି ସେକେଣ୍ଡ ଡିଗ୍ରର ବର୍ଣ୍ଣ ମାମଲା ସାମ୍ନାକୁ ଆସିଛି।

ଏମିତିରେ କମ୍ପାନୀ ପାଖପାଖି ୧୦ ଲକ୍ଷ ପିସ୍‌ ଷ୍ଟୋରକୁ ଫେରାଇ ନେଇଛି। ଏଥିରେ ମାଲିକ ଯେବେ କମ୍ପାନୀକୁ ନିଜର ସ୍ମାର୍ଟଓ୍ଵାଚ ଫେରାଇବ, ସେହି ସମୟରେ ଫିଟବିଟ ୨୨,୭୦୦ ଟଙ୍କା ରିଫଣ୍ଡ କରିବ। ଏହାସହ କିଛି ଖାସ ଫିଟବିଟ ଡିଭାଇସ୍‌ ରେ ୪୦% ଛାଡ ଦେବା ପାଇଁ କମ୍ପାନୀ ଯୋଜନା କରିଛି। ୨୦୧୭ରେ ଲଞ୍ଚ ହୋଇଥିବା ଏହି କମ୍ପାନୀର ପ୍ରଡକ୍ଟ ନେଇ ଏବେ ଅନେକ ଜଣ ଦ୍ୱନ୍ଦରେ ଥିବାବେଳେ ଅଲଗା ପ୍ରଡକ୍ଟକୁ କିଣିବା ସମୟରେ ଗ୍ରାହକ ଧ୍ୟାନ ରଖିବା ନିହାତି ଆବଶ୍ୟକ।